Vote Counting: ତୃତୀୟ ଦିନରେ ନୂଆପଡାରେ ଚାଲିଛି ଗଣତି

By

Published : Feb 28, 2022, 12:07 PM IST

Updated : Feb 3, 2023, 8:18 PM IST

thumbnail

ନୂଆପଡା: ସୋମବାର ସକାଳୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ତେବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ଆଜି ଶେଷ ପର୍ଯ୍ୟାୟ ଗଣତି । ନୂଆପଡା ଜ଼ିଲ୍ଲାରେ ୧୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ପର୍ଯ୍ୟାୟ କ୍ରମେ ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ପ୍ରଥମ, ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ୧୦ଗୋଟି ଜିଲ୍ଲା ପରିଷଦ ଜୋନରେ BJD ବିଜୟୀ ହୋଇଛି । ଆଜି ତୃତୀୟ ବା ଅନ୍ତିମ ପର୍ଯ୍ୟାୟରେ ନୂଆପଡା ଜିଲ୍ଲାର ୩ନମ୍ବର, ୯ନମ୍ବର, ୬ନମ୍ବର ଏବଂ ୧୪ନମ୍ବର ଜୋନରେ ଭୋଟ ଗଣତି ପ୍ରକ୍ରିୟା ଚାଲୁଅଛି । ତେବେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ନେଇ ରାଜା ଆତତ୍ରାଣ ଉଚ୍ଚ ବିଦ୍ୟାଳୟ ଭୋଟ ଗଣତି କେନ୍ଦ୍ରରୁ ସୂଚନା ଦେଉଛନ୍ତି ଆମ ନୂଆପଡା ପ୍ରତିନିଧି ମୋତିଲାଲ ବାଗ ।

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.