ସରିଲା ମତଦାନ: ରବିବାର ଖୋଲିବ ପିପିଲି ପେଡି

By

Published : Sep 30, 2021, 9:32 PM IST

thumbnail

ବହୁଚର୍ଚ୍ଚିତ ପିପିଲି ନିର୍ବାଚନ ପାଇଁ ଆଜିି ମତଗ୍ରହଣ ଶେଷ ହୋଇଛି । ମୋଟ 10 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିଛନ୍ତି ପିପିଲିବାସୀ । ସଂନ୍ଧ୍ୟା 6 ସୁଦ୍ଧା ପ୍ରାୟ 70 ପ୍ରତିଶତ ଭୋଟିଂ ହୋଇଥିବାବେଳେ ମତଦାନ ଶେଷ ପ୍ରର୍ଯ୍ଯାୟରେ କୋଭିଡ ସଂକ୍ରମିତମାନେ ଭୋଟ ଦେଇଥିଲେ। ଭୋଟିଂ ଶେଷ ହେବା ପରେ ପୁରୀ ପେଣ୍ଠକଟାସ୍ଥିତ ଷ୍ଟ୍ରଙ୍ଗ ରୁମରେ ଇଭିଏମକୁ କଡା ସୁରକ୍ଷା ମଧ୍ୟରେ ପହଞ୍ଚାଯାଇଛି । ଆସନ୍ତା 3 ତାରିଖରେ ମତଗଣନା କରାଯିବା ସହ ଫଳାଫଳ ପ୍ରକାଶ କରାଯିବ। ତେବେ ବହୁଚର୍ଚ୍ଚିତ ପିପିଲି ଲଢେଇରେ କିଏ ଜିତିବ ପିପିଲିବାସୀଙ୍କ ଭରସା, କାହାକୁ ମିଳିବ ପିପିଲିବାସୀଙ୍କ ସେବାର ସୁଯୋଗ ତାହା ଫଳାଫଳ ଆସିଲେ ସ୍ପଷ୍ଟ ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.