Panchayat Polls: ମଣପଡ଼ାରେ ଜମୁଛି ନିର୍ବାଚନୀ ପ୍ରଚାର

By

Published : Feb 5, 2022, 3:30 PM IST

thumbnail

ବ୍ରହ୍ମଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ଜମୁଛି ନିର୍ବାଚନୀ ପ୍ରଚାର । କୋଭିଡ କଟକଣା ଅନୁସାରେ ପ୍ରାର୍ଥୀ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କ ମନ ଜିତିବା ଲାଗି ଦେଉଛନ୍ତି ବିଭିନ୍ନ ପ୍ରତିଶୃତି । ଅନ୍ୟପଟେ ବ୍ରହ୍ମଗିରି ବ୍ଲକ ୩୦ ନମ୍ବର ଜୋନର ମଣପଡ଼ା ପଞ୍ଚାୟତରେ ପ୍ରାର୍ଥୀଙ୍କ ଦ୍ବାରା ପ୍ରଚାର ଜୋରଦାର କରାଯାଉଛି । ଏହି ଜୋନର ୨୧ ୱାର୍ଡରେ ୮ ହଜାର ୧୮୭ ଜଣ ଭୋଟରଙ୍କ ମନ ଜିଣିବା ପାଇଁ ବଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କସରତ ଚାଲିଛି। ପାନୀୟ ଜଳ, ଆବାସ ଯୋଜନା ଓ ଭତ୍ତାକୁ ମୁଖ୍ୟ ସମସ୍ୟା ଭାବେ ପାଥେୟ କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.