ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ବରୀ

By

Published : Oct 6, 2021, 1:13 PM IST

thumbnail

ସୁବର୍ଣ୍ଣପୁର: ଆଜିଠୁ ଆରମ୍ଭ ହେଉଛି ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା । ଏଥିସହ ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଦେବୀ ମା' ଆଜି ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବଳିଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବା ପରେ ଦେବୀ ମା' ସୁରେଶ୍ବରୀଙ୍କ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେବେ । ପରେ ତାରା, କାଳୀ, ଭୈରବୀ, ଉଗ୍ରତାରା, ଭୂବନେଶ୍ବରୀ, ମହିଷମର୍ଦ୍ଦିନୀ, ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମା' ସୁରେଶ୍ବରୀଙ୍କ ଶଶରୀର ତମାମ ବର୍ଷ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଆଜି ମା'ଙ୍କୁ ଅଗୁର, ଚନ୍ଦନ, କର୍ପୂର, ଗଙ୍ଗାଜଳ ଆଦି ପ୍ରଲେପ ପ୍ରଦାନ କରାଯାଇ ଧବଳମୁଖୀ ବେଶ କରାଯାଇଥାଏ । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.