2nd Day Of Vote Counting: ବାଲେଶ୍ବର,ଭଦ୍ରକ ଓ ମୟୂରଭଞ୍ଜରେ ଭୋଟ ଗଣତି ଜାରି

By

Published : Feb 27, 2022, 12:29 PM IST

Updated : Feb 3, 2023, 8:18 PM IST

thumbnail

ବାଲେଶ୍ବର/ଭଦ୍ରକ/ ମୟୂରଭଞ୍ଜ: ବାଲେଶ୍ବର ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ପ୍ରଥମ ଦିନରେ ବାଲେଶ୍ବର ଜିଲ୍ଲାର ୧୩ଟି ଜୋନରୁ ୧୦ଗୋଟି ଜୋନରେ ବିଜେଡି ବାଜିମାତ କରିଛି । ବିଜେଡିର ଔପଦା ଜୋନ ୧ରେ ମୁନି ସିଂ, ଜଳେଶ୍ୱର ଜୋନ ୭ରେ ତୁଳସୀ କିସ୍କୁ, ନୀଳଗିରି ଜୋନ୧୧ରେ ସୁବର୍ଣ୍ଣମଞ୍ଜରୀ ସିଂ, ବସ୍ତା ଜୋନ ୧୪ରେ ବିଷ୍ଣୁପ୍ରିୟା ବୁଗୁଡ଼ି, ବାହାନଗା ଜୋନ ୧୮ରେ ନୀଳାମ୍ବର ମହାଳିକ, ବାଲିଆପାଳ ଜୋନ ୨୧ରେ କାଞ୍ଚନ ଜେନା, ଭୋଗରାଇ ଜୋନ ୩୦ରେ ଗିରୀଶ କୁମାର ଦତ୍ତ, ଭୋଗରାଇ ଜୋନ ୩୧ରେ ଦମୟନ୍ତୀ ସାହୁ, ରେମୁଣା ୩୯ରେ ଅଭିମନ୍ୟୁ ଧିନ୍ଦା ଓ ସୋର-୪୩ ଜୋନରେ ରେବତୀ ନାୟକ ବିଜୟୀ ହୋଇଛନ୍ତି । ଅନ୍ୟପଟେ କେବଳ ୩ଟି ଜୋନରେ ବିଜେପି ବିଜୟୀ ହୋଇଛି । ଖଇରା ଜୋନ ୩ରେ ଗଜେନ୍ଦ୍ର ପ୍ରସାଦ ଦାସ, ବାଲେଶ୍ୱର ଜୋନ ୨୫ରେ ଗୟାଧର ବେହେରା ଓ ସିମୁଳିଆ ଜୋନ ୪୦ରେ ରମେଶ ସାହୁ ବିଜୟୀ ହୋଇଛନ୍ତି । ଆଜି ଦ୍ଵିତୀୟ ଦିନରେ ୧୨ଟି ବ୍ଲକର ୧୪ଟି ଜୋନରେ ଗଣତି ଚାଲିଛି। ସେହିପରିି ଭଦ୍ରକରେ ମଧ୍ୟ ଦ୍ଵିତୀୟ ଦିନରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଭୋଟ ଗଣତିର ପ୍ରଥମ ଦିନରେ ୭ଟି ଯାକ ଆସନରେ ବାଜିମାତ କରିଛି ବିଜେଡି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ୨୫ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟ ଲାଭ କରିଛି। ଦ୍ବିତୀୟ ଦିନ ଭୋଟ ଗଣତିରେ ଜିଲ୍ଲାରେ ୨୬ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ଟି ଜୋନରେ ବିଜେଡି ଆଗୁଆ ରହିଛି। ତେବେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଭଦ୍ରକରୁ ଦେବାଶିଷ ମହାପାତ୍ର ଓ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.