ପ୍ରେମ ବିବାହ ପରେ ପ୍ରତାରଣା, 4 ଲକ୍ଷ ଧରି ପତି-420 ଛୁ !

By

Published : May 8, 2023, 8:37 PM IST

thumbnail

ଖୋର୍ଦ୍ଧା: ବିବାହର ବର୍ଷେ ପରେ ଥାନାର ଦ୍ବାରସ୍ଥ ହେଲେ ପତ୍ନୀ । ପ୍ରେମ ବିବାହ କରିଥିବା ମହିଳା ଜଣକ ପତି ୪୨୦ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଆଉ ୨ଜଣଙ୍କ ସହ ସମ୍ପର୍କ ରଖିଥିବା ବେଳେ ଅନ୍ୟମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଲାଗି ମହିଳାଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏପରିକି ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ମହିଳା ।  

ଫାଇନାସ୍ସ ଅଫିସରୁ ଉଭୟଙ୍କ ଆରମ୍ଭ ହୋଇଥିଲା ପ୍ରେମ । କିଛି ଦିନର ମିଳାମିଶା ପରେ ସମ୍ପର୍କ ନିବିଡ଼ ହୋଇଥିଲା । ଏହାପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁଇ ପ୍ରେମ ପକ୍ଷୀ । କିନ୍ତୁ ଏବେ ସ୍ତ୍ରୀକୁ ନିର୍ଯାତନା ସହ ୪ ଲକ୍ଷ ନେଇ ଫେରାର ହୋଇଯାଇଛି ସ୍ବାମୀ । ଏମିତି ଘଟଣାଟି ଘଟିଛି ବେଗୁନିଆ ଥାନା ଅଞ୍ଚଳରେ ।  ୨୦୧୭ ମସିହାରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳର ସରୋଜ କୁମାର ମହାନ୍ତି ଓ ବେଗୁନିଆ ଥାନା ଅଞ୍ଚଳ ଲୋକିପୁର ଗ୍ରାମର ଉଷାରାଣୀ ଛୁଆଳସିଂହ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ ।  

ଏହା ବି ପଢନ୍ତୁ-  ଲେଡିଜ୍‌ ହଷ୍ଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା: ଗିରଫ ହେଲେ 3 ଅଭିଯୁକ୍ତ

ଉଭୟ ଗୋଟିଏ ଫାଇନ୍ସାସ କମ୍ପାନୀରୁ ସେମାନଙ୍କ ମଧ୍ୟରେ ପରିଚୟ ହୋଇଥିଲା ଓ ତାହା ପରବର୍ତ୍ତୀ ସମୟରେ ପ୍ରେମ ଏବଂ ବିବାହରେ ପରିଣତ ହୋଇଥିଲା । ବିବାହ ବର୍ଷେ ସବୁ କିଛି ଠିକଠାକ ଚାଲିଥିଲା ସଂସାର ଗାଡି । ଏହା ମଧ୍ୟରେ ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ହେଲା । ସେହିପରି ସରୋଜ ଗାଡି କିଣିବା ପାଇଁ ଟଙ୍କା ଦରକାର କହି ଉଷାରାଣୀଙ୍କ ମା'ଙ୍କଠାରୁ ୪ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ଉଷାରାଣୀଙ୍କ ସ୍ବାମୀ ସରୋଜ ଆହୁରି ଦୁଇଜଣଙ୍କୁ ବିବାହ କରିଥିବା ଜଣାପଡିବା ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଉପୁଜିଥିଲା ବିବାଦ ।  

ସେହିପରି ଉଷାରାଣୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ରଖି ଏକ ପ୍ରକାର ଅନ୍ୟମାନଙ୍କ ସହ ଶାରୀରିକ ସମ୍ପର୍କରେ ରଖିବାକୁ ବାଧ୍ୟ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ଆଜି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ଉଷାରାଣୀ । ଖାଲି ଏତିକି ନୁହେଁ ଉଷାରାଣୀଙ୍କ ନାମରେ ସୋସିଆଲ ମିଡିଆରେ ଫେକ ଆଇଡି ଖୋଲି ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫୋନ ନମ୍ବର ଅନ୍ୟମାନଙ୍କୁ ଦେଇ ଦେହଜୀବୀ ଭାବେ ଅଭିହିତ କରୁଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ଏବଂ ଏନେଇ ଆଜି ବେଗୁନିଆ ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇ ଲିଖିତ ଅଭିଯୋଗ କରିଛନ୍ତି ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.