ପାରମ୍ପରିକ ବେଶଭୂଷାରେ ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ ରୁଦ୍ର ମହାରଥି - Akshya Tritiya 2024

By ETV Bharat Odisha Team

Published : May 10, 2024, 1:39 PM IST

thumbnail
Akshya Tritiya 2024 (ETV Bharat Odisha)

Akshya Tritiya 2024: ନିମାପଡା: ଅକ୍ଷୟ ତୃତୀୟ ଅବସରରେ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ପରମ୍ପରା ଅନୁଯାୟୀ ଆଜିର ଦିନରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କଲେ ଭଲ ଫସଲ ହୋଇଥାଏ  । ଯେଉଁଥିପାଇଁ ଓଡ଼ିଶାର ଚାଷୀ ଆଜିର ଦିନରେ କ୍ଷେତରେ ଧାନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ  । ଏହି ଅବସରରେ ପିପିଲିରେ ଅକ୍ଷିମୁଠି ଅନୁକୂଳ କଲେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି । ଦୁର୍ଗାଦାଶପୁରଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୂମି ପୂଜା କରି ଅକ୍ଷିମୁଠି ଅନୁକୂଳ କରିଛନ୍ତି ବିଧାୟକ । ପାରମ୍ପରିକ ବେଶଭୂଷାରେ ଆସି ହଳରେ ଚାଷ କରିଥିଲେ । ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଠ ପରେ ଅକ୍ଷିମୁଠି ବୁଣିଥିଲେ ରୁଦ୍ର । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଦେବଶ୍ୱନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସ୍ଵାଇଁ ଏବଂ ସ୍ଥାନୀୟ ଚାଷୀମାନଙ୍କ ସହିତ ଶତାଧିକ ବିଜେଡି କର୍ମୀ ଉପସ୍ଥିତି ରହିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.