ଜରଡା ନାଳ ପୋଲ ଉପରେ ବର୍ଷା ଜଳ, ଆର୍ଦଶ ବିଦ୍ୟାଳୟକୁ ଯୋଗାଯୋଗ ବିଛିନ୍ନ

By ETV Bharat Odisha Team

Published : Oct 4, 2023, 11:35 AM IST

thumbnail

କେନ୍ଦୁଝର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନ ଜୀବନ । କେନ୍ଦୁଝର ଜିଲ୍ଲାରେ  ଗତ ରାତିରୁ ପ୍ରବଳ ବର୍ଷା ଲାଗି ରହିଥିଲା  । ଯାହା ଫଳରେ ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ପିଟାନାଳି ଜରଡା ନାଳ ଉପରେ ପ୍ରବାହିତ ହେଉଛି ବର୍ଷା ଜଳ । ଏନେଇ ପୋଲ ଅନ୍ୟପଟେ ଥିବା ଓଡିଶା ଆର୍ଦଶ ବିଦ୍ୟାଳୟକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଜରଡା ନାଳ ପୋଲ ଉପରେ ୨ ଫୁଟରୁ ଅଧିକ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯାଇପାରି ନ ଥିବା ଜଣାପଡିଛି ।  

ଏହା ମଧ୍ୟ ପଢନ୍ତୁ- ଦୟା ନଦୀରେ ବନ୍ୟା ପରିସ୍ଥିତି: ଧୋଇଗଲା ପାଣ୍ଡିଆବିଲି-ତିରିମଲ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

ସୂଚନା ଅନୁଯାୟୀ, ଗତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ଅଞ୍ଚଳରୁ ବର୍ଷା ଜଳ ଜରଡା ନାଳଦେଇ ପ୍ରଭାହିତ ହୋଇଥିଲା । ଫଳରେ ରାତି ତମାମ ଜରଡ଼ା ନାଳ ପୋଲ ଉପରେ ୩ରୁ ୪ଫୁଟ ପାଣି ଚାଲୁଥିଲା। ତେବେ ସକାଳ ୧୦ ଟା ବେଳକୁ ତାହା କମିଯାଇ ଦୁଇ ଫୁଟ ରୁ ଉର୍ଦ୍ଧ୍ବ ରହିଥିଲା। ଯାହା ଫଳରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ସମ୍ଭବ ହୋଇନଥିଲା । ଉକ୍ତ ପୋଲ ଉପରେ ୧୦ ରୁ ଉର୍ଦ୍ଧ ଗ୍ରାମପଞ୍ଚାୟତ ନିର୍ଭର କରନ୍ତି  । ଏନେଇ ତେଲକୋଇବାସୀଙ୍କ ପକ୍ଷରୁ ବହୁବାର ନିର୍ମାଣ ନେଇ ଦାବି ହେଇ ଆସୁଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.