ଜଳବାୟୁ ପରିବର୍ତ୍ତନକୁ ନେଇ ଠାକୁରାଣୀ ଯାତ୍ରାରେ ସଚେତନତାର ବାର୍ତ୍ତା ଦେଉଛି ସବୁଜ ବାହିନୀ

By

Published : May 1, 2023, 2:38 PM IST

thumbnail

ବ୍ରହ୍ମପୁର: ଶେଷ ପର୍ଯ୍ୟାୟରେ ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ଆଜି ମଧ୍ୟରାତ୍ରିରେ ବାପ ଘର ଛାଡି ଶାଶୁ ଘରକୁ ଚାଲିଯିବେ ମା' । ସମୟ କମ ଥିବାରୁ ମା'ଙ୍କ କରୁଣା ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଜମୁଛି । ଆଉ ଏହାରି ମଧ୍ୟରେ ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବଣ୍ଟନ କରିବା ପାଇଁ ଗତ କିଛି ଦିନ ଧରି କ୍ରମାଗତ ଭାବରେ ଉଦ୍ୟମ କରିଚାଳିଛି ସହରର ସବୁଜ ବାହିନୀ । ବର୍ତ୍ତମାନର ପରିସ୍ଥିତିରେ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶରେ ତାର ପ୍ରଭାବକୁ ନେଇ ସାଧାରଣ ଜନତା ଯେପରି ବୁଝି ପାରିବେ ତାହାକୁ ନେଇ ଯୁବବର୍ଗ ଏଭଳି ଉଦ୍ୟମ କରୁଛନ୍ତି । ଧରାପୃଷ୍ଠରେ ଗଛର ଅଭାବ କାରଣରୁ ତାପମାତ୍ରା ବୃଦ୍ଧି ପାଇବା, କୋଭିଡ ଭଳି ମହାମାରୀ ସମୟରେ ଅକ୍ସିଜେନର ଅଭାବ, ଭଲ ଜଳବାୟୁର ଆବଶ୍ୟକତା ଏବଂ ବର୍ତ୍ତମାନର ପରିସ୍ଥିତିକୁ ନେଇ ଅନେକ ବାର୍ତ୍ତା ପ୍ରଦାନ କରୁଛନ୍ତି ସବୁଜ ବାହିନୀର କର୍ମକର୍ତ୍ତା । ପ୍ରତ୍ୟେକ ଦିନ ହଜାରହଜାର ସଂଖ୍ୟାରେ ଜନସାଧାରଣ ମା'ଙ୍କୁ ଦର୍ଶନ କରିବା ପାଇଁ ଅସ୍ଥାୟୀ ମନ୍ଦିରରେ ଭିଡ଼ ଜମାଉଥିବା ବେଳେ ଏଭଳି ସମୟରେ ଜଣେ ବ୍ୟକ୍ତି ପରିବର୍ତ୍ତନ ହୋଇପାରିଲେ ଏଭଳି କାର୍ଯ୍ୟର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଛନ୍ତି ଏହାର କର୍ମକର୍ତ୍ତା । ଠାକୁରାଣୀ ଯାତ୍ରାରେ ସଚେତନତାର ବାର୍ତ୍ତା ଦେଉଥିବା ସବୁଜ ବାହିନୀର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ । 
 
ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.