କଟକ ଚଣ୍ଡି ମନ୍ଦିରରେ ଭିକେ ପାଣ୍ଡିଆନ

By ETV Bharat Odisha Team

Published : Dec 21, 2023, 9:48 PM IST

thumbnail

କଟକ: କଟକରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କଟକର ନିର୍ମାଣ ଧୀନ ରହିଥିବା ବିଭିନ୍ନ ପ୍ରକଳ୍ପ ବୁଲିବା ସହ କଟକ ଚଣ୍ଡି ମନ୍ଦିରରେ ପହଁଚି ମା'ଙ୍କୁ କରିଛନ୍ତି ଦର୍ଶନ । ଏହାସହ ପୂଜକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ । ମନ୍ଦିରରେ ଭୋଗ ମଣ୍ଡପ, ଯଜ୍ଞ ମଣ୍ଡପର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ଭିକେ ପାଣ୍ଡିଆନ ।  

ତେବେ ଆଜି ସନ୍ଧ୍ୟାରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନ୍ ପ୍ରଥମେ ଏସସିବି ମେଡିକାଲରେ ପହଞ୍ଚି ମେଡିକାଲ ସମ୍ପ୍ରସାରଣ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ପ୍ରକଳ୍ପ କାମ ତ୍ବରାନ୍ବିତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏଲଏଣ୍ଡଟି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ମା' କଟକ ଚଣ୍ଡୀଙ୍କ ପୀଠରେ ପହଞ୍ଚି ମନ୍ଦିର ଉନ୍ନୟନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ମନ୍ଦିର କମିଟି କର୍ତ୍ତୃପକ୍ଷ ଓ ମନ୍ଦିର ପ୍ରଶାସନ ସହ ପ୍ରକଳ୍ପ କାମ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୀକ୍ଷା ସମୟରେ ମା' କଟକ ଚଣ୍ଡୀଙ୍କ ମନ୍ଦିରର ପୁନଃନିର୍ମାଣ ପାଇଁ ମନ୍ଦିର କମିଟି ପ୍ରସ୍ତାବ ଦେଇଛି । ପ୍ରସ୍ତାବ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଫାଇଭ୍ ଟି ଅଧ୍ୟକ୍ଷ କହିଥିବା ମନ୍ଦିର କମିଟି ସୂଚନା ଦେଇଛି । ପରେ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ । ରେଭେନ୍ସା ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ପୁରାତ୍ତନ ଛାତ୍ରୀ ସଂସଦର ସଦସ୍ୟାମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.