ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ; ମନ୍ଦିର ସାମ୍ନାରେ ଗ୍ରାମବାସୀଙ୍କ ଧାରଣା

By ETV Bharat Odisha Team

Published : Jan 10, 2024, 10:41 AM IST

thumbnail

Arpan Rath: ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହୁମା ପଞ୍ଚାୟତର ଗଡ଼ହୁମା ଅଞ୍ଚଳରେ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ । ଏନେଇ ଗ୍ରାମର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ । ଗଡ଼ଜାତ ସମୟର ଜଗନ୍ନାଥ ମନ୍ଦିରକୁ ଅଣଦେଖା କରି ଅନ୍ୟ ଏକ ସ୍ଥାନରେ ଅର୍ପଣ ରଥ ଉଦଘାଟନ ସହ ପରିକ୍ରମା କରିବାକୁ ନେଇ ଏଭଳି ବିବାଦ ଦେଖାଦେଇଛି । ପୂର୍ବରୁ ନିଷ୍ପତ୍ତି ଅନୁସାରେ ଗଡ଼ହୁମା ଜଗନ୍ନାଥ ମନ୍ଦିର ପରିସରରେ ଅର୍ପଣ ରଥର ଉଦଘାଟନ ସହ ପୂଜାର୍ଚ୍ଚନା କରିବାକୁ ପ୍ରସ୍ତୁତି କରାଯାଇଥିଲା । ଏନେଇ ଶହ ଶହ ଗ୍ରାମବାସୀଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ପ୍ରସ୍ତୁତ ରହିଥିଲେ । ହେଲେ ହଠାତ୍ ବିନା ସୂଚନାରେ ସ୍ଥାନ ପରିବର୍ତ୍ତନ କରି ଜଗନ୍ନାଥ ମନ୍ଦିର ପରିବର୍ତ୍ତେ ହୁମାର ଏକ ଶୈବ ମନ୍ଦିରରେ ରଥ ଉଦଘାଟନ ହୋଇଥିଲା । ତେଣୁ ଏହାକୁ ବିରୋଧ କରି ଗ୍ରାମବାସୀ ମଙ୍ଗଳବାର ଧାରଣା ଦେଇଥିଲେ ।  ତେବେ ଜଗନ୍ନାଥଙ୍କୁ ଅପମାନ କରି ଏଭଳି ନିଷ୍ପତ୍ତି ନେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.