ବିସ୍ଥାପିତଙ୍କୁ କ୍ଷତିପୂରଣ ଦାବି, ନାଲକୋ ବିରୁଦ୍ଧରେ ବିଧାୟକଙ୍କୁ ଦାବିପତ୍ର

By ETV Bharat Odisha Team

Published : Oct 12, 2023, 10:53 PM IST

thumbnail

ଅନୁଗୋଳ: ନାଲକୋ ବିରୁଦ୍ଧରେ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ । ଛେଣ୍ଡିପଦା ବ୍ଲକ ଗୋପିବଲହବପୁର ଗାଁର ରାସ୍ତା ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏହା ସହ ବିସ୍ଥାପିତଙ୍କୁ କ୍ଷତି ପୂରଣ ଦାବିରେ ଆଜି ସ୍ଥାନୀୟ ବିଧାକୟଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଗ୍ରାମର ଶହଶହ ପୁରୁଷ ଓ ମହିଲା ଚାଲି ଚାଲି ବିଧାୟକଙ୍କ ପାଖକୁ ଯାଇ ନିଜର ଅଭିଯୋଗ ଜଣାଇଛନ୍ତି ।  

ସୂଚନା ଯୋଗ୍ୟ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗୋପିବଲହବପୁର ଗାଁର ମୁଖ୍ୟ ରାସ୍ତାକୁ ବନ୍ଦ କରି ରଖିଛି ନାଲକୋ । ଫଳରେ ଲୋକମାନଙ୍କ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ପ୍ରଶାସନକୁ ବାରମ୍ବାର ଗୁହାରି ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ତେଣୁ ଆଜି ବିଧାୟକଙ୍କୁ ଦାବି ପତ୍ର ଦେଇଛନ୍ତି । ବିଧାୟକ ଲୋକଙ୍କ ଦାବିକୁ ଗ୍ରହଣ କରି, ଖୁବ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହା ସହ ଗାଁରେ କୋଇଲା ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ କରିଛନ୍ତି । ଖଣି କର୍ତ୍ତୃପକ୍ଷ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ନକରି ଜୋର ଜବରଦସ୍ତ ଖଣି ଖୋଳୁଥିବାରୁ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି । ଫଳେରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିରରେ ଭକ୍ତ ମୃତ୍ୟୁ ଘଟଣା; ମୁଖ୍ୟ ପ୍ରଶାସକଙ୍କ ଗିରଫ ଦାବିରେ ଥାନାରେ ଏତଲା

ଆଜି ଗାଁର ଶତାଧିକ ପୁରୁଷ ଓ ମହିଳା କୋଶଳ ରାମଚଣ୍ଡୀ ମନ୍ଦିର ଠାରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବିଧାୟକଙ୍କ ବାସ ଭବନ ଠାରେ ପହଞ୍ଚି ଥିଲେ । ସେଠାରେ ବିଧାୟଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । କ୍ଷତିଗ୍ରସ୍ତମାନଙ୍କୁ ୨୦୦୬ ପଲିସି ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦେବା ଏବଂ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । 

ଇଟିଭି ଭାରତ,ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.