World Environment Day: ପ୍ଲାଷ୍ଟିକ ମୁକ୍ତ ସଚେତନତା, ଜୈବକୁଣ୍ଡ ପ୍ରସ୍ତୁତ କଲେ ଗ୍ରାମବାସୀ

By

Published : Jun 5, 2023, 7:14 PM IST

thumbnail

ଢେଙ୍କାନାଳ: ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ସୁରକ୍ଷା ପାଇଁ ସାରା ବିଶ୍ୱରେ ଚାଲିଛି ସଚେତନତା ଅଭିଯାନ । ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା ସହ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ତିଆରି ଲକ୍ଷ୍ୟରେ ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ଢେଙ୍କାନାଳର ଶୁଭ୍ରାଂଶୁ ଶତପଥୀଙ୍କ ନିଆରା ପ୍ରୟାସ ଜନସାଧାରଣଙ୍କ ପାଇଁ ପ୍ରେରଣା ସାଜିଛି । ପ୍ଲାଷ୍ଟିକ ଅବର୍ଜନାରେ ଶୁଭ୍ରାଂଶୁଙ୍କ ଦ୍ୱାରା ପ୍ରସ୍ତୁତ ଜୈବକୁଣ୍ଡ ପରିବେଶ ସୁରକ୍ଷା କରିବା ସହ ଜନସାଧାରଣଙ୍କ ପାଇଁ ବେଶ ଦରକାରୀ ହୋଇପଡିଛି । ଯାହାକୁ ନେଇ ଲୋକମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି । ତାଙ୍କ ତତ୍ତ୍ବାବଧାନରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ରାଇତଳା ଗ୍ରାମରେ ଆଜି ଏହି ଜୈବକୁଣ୍ଡ ପ୍ରସ୍ତୁତି ହୋଇଛି । 

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ରାଇତଳା ଗ୍ରାମରେ ପ୍ଲାଷ୍ଟିକ ଆବର୍ଜନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ରୋକାଯାଇ ପାରିବ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀ ଏବଂ ଶୁଭ୍ରାଂଶୁ ଶତପଥୀଙ୍କ ମିଳିତ ଉଦ୍ୟମରେ ପ୍ରତ୍ୟେକ ଦିନ ଘରୁ ପ୍ଲାଷ୍ଟିକ ଗୁଡିକ ସଂଗ୍ରହ କରାଯାଉଥିଲା । ଏହାପରେ ଶୁଭ୍ରାଂଶୁ ଗ୍ରାମବାସୀଙ୍କୁ ଇକୋ ବ୍ରିକ୍‌ ବା ଜୈବ ଇଟା ପ୍ରସ୍ତୁତି ପ୍ରଣାଳୀ ଶିଖାଇଥିଲେ । ଏଥିସହ କିଭଳି ଗ୍ରାମରେ ପ୍ଲାଷ୍ଟିକ ଆବର୍ଜନାର ମାତ୍ରାକୁ ରୋକାଯାଇ ପାରିବ ବୋଲି ବୁଝାଇଥିଲେ । ଗ୍ରାମ ନିକଟରେ ଏକ ଜୈବକୁଣ୍ଡ ପ୍ରସ୍ତୁତି ହୋଇଥିଲା । ଏପର୍ଯ୍ୟନ୍ତ ଏଭଳି କୁଣ୍ଡ ତିଆରିରେ ରାଇତଳା ଜିଲ୍ଲାରେ ପ୍ରଥମ ଗ୍ରାମ ବୋଲି ଜଣାପଡ଼ିଛି । ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ଗ୍ରାମ ନିମନ୍ତେ ଏହି କୁଣ୍ଡ ଏକ ଉଦାହରଣ ପାଲଟିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲାମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ l 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.