ପାଠକ ବାପ ପୁଅଙ୍କ ଅଡ଼ୁଆ ବଢ଼ିଲା, ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

By ETV Bharat Odisha Team

Published : Aug 22, 2023, 8:01 PM IST

thumbnail

କଟକ: ପୂର୍ବତନ ଆଇଏଫ୍‌ଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ପାଇଁ ବଢ଼ିଲା ଅଡ଼ୁଆ । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ସ୍ପେଶାଲ ଜଜ୍‌ ଭିଜିଲାନ୍ସ କୋର୍ଟରେ ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ । ଓଡିଶା ସମେତ ବିଭିନ୍ନ ରାଜ୍ୟର ମୋଟ ୧୬ଟି ସ୍ଥାନରେ ସର୍ଚ୍‌ ଅପରେସନ୍‌ ପରେ ୧୪ କୋଟି ୨୫ ଲକ୍ଷ ୪୬ ହଜାର ୯୦୧ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ସ୍ପଷ୍ଟ କରିଛି ଭିଜିଲାନ୍ସ । ଏହାସହ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟାଙ୍କରେ ଜମା ଓ ଟ୍ରାଞ୍ଜାକ୍‌ସନ୍‌ ହୋଇଥିବା ନେଇ ଭିଜିଲାନ୍ସ ଏସ୍‌ପି ଏମ୍‌ ରାଧାକୃଷ୍ଣ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଟ୍ରାଏଲ ଆରମ୍ଭ, ଭୁବନେଶ୍ବର କୋର୍ଟରେ ହେଲା ଚାର୍ଜଫ୍ରେମ୍

ପ୍ରକାଶଯୋଗ୍ୟ, ୨୦୨୦ ମସିହାରେ ଉଭୟ ଅଭୟ ଓ ଆକାଶ ପାଠକ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ହୋଇଥିଲା । ଟାଟା ମୋଟର୍ସ ଚାକିରି କରେଇବା ଆଳରେ ଅନେକ ବେକାର ଯୁବକ ଓ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହାସହ ଟାଟା ମୋଟର୍ସ ଲୋଗୋ ବ୍ୟବହାର କରି ଏହି ଠକେଇକୁ ସଫଳ କରାଇଥିଲେ ଆକାଶ । ଏନେଇ ଟାଟା ମୋଟର୍ସ ପକ୍ଷରୁ ଅଭିଯୋଗ ହେବାପରେ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ଭିଜିଲାନ୍ସ ପକ୍ଷରୁ ମାମାଲା ରୁଜୁ ହୋଇଥିଲା । ତେବେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଜଣେ ସରକାରୀ ଅଧିକାରୀ ଥାଇ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସୁରାକ୍‌ ପାଇଥିଲା ଭିଜିଲାନ୍ସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.