ପୋଖରୀରେ ବୁଡି ଦୁଇ ଉଉଣୀଙ୍କ ସଲିଳ ସମାଧି

By ETV Bharat Odisha Team

Published : Nov 20, 2023, 12:39 PM IST

thumbnail

ଗଞ୍ଜାମ: ଗଞ୍ଜାମରେ ଅଭାବନୀୟ ଘଟଣା । ଏକା ସାଙ୍ଗରେ ଆଖି ବୁଜିଲେ ଦୁଇ ଭଉଣୀ । ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗ୍ରାମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଦୁଇ ଭଉଣୀ ହେଉଛନ୍ତି ରୋସନି ରାଉତ ଓ ସନ୍ଧ୍ୟା ରାଉତ । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ହେତୁ ପାଣି ବୁଡି ଯାଇଥିଲେ ଦୁଇ ଉଭଣୀ । ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।  

ଏହା ମଧ୍ୟ ପଢନ୍ତୁ-ପୋଖରୀରେ ବୁଡି ୨ ନାବାଳକଙ୍କ ସଲିଳ ସମାଧି, ଗାଁରେ ଶୋକର ଛାୟା

ଦୁଇ ଭଉଣୀ ରୋସନି ଓ ସନ୍ଧ୍ୟା ରବିବାର ଦିନ ଅଜା ନାରୁସୁ ପୋଲାଇ ସହିତ  କୀର୍ତ୍ତିପୁର ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହଠାତ ଗାଧୋଉଥିବା ବେଳେ ଦୁଇ ନାବାଳିକା ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁଇ ଉଉଣୀଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଏହାପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ଦୁଇ ଉଭଣୀଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦୁଇ ଉଭଣୀଙ୍କ ବାପା ମାଆ ବାହାର ରାଜ୍ୟକୁ ଦାଦନ ପାଇଁ ଯାଇଥିବା ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯାଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.