ବୋଲେରୋ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

By

Published : Jun 11, 2023, 10:24 PM IST

thumbnail

ଢେଙ୍କାନାଳ: ସାଙ୍ଗ ହୋଇ ଭୋଜି କରିବାକୁ ଯିବା ପଡିଲା ମହଙ୍ଗା । ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ ଜଣେ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ନିକଟ ବନଦୁର୍ଗା ମନ୍ଦିରରେ । ସୂଚନାନୁଯାୟୀ, ସୁରପ୍ରତାପପୁର ଗାଁର ତିନି ଜଣ ସାଙ୍ଗ ଭୋଜି କରିବାକୁ ବନଦୁର୍ଗା ମନ୍ଦିରକୁ ଯାଇଥିଲେ । ବାଇକ୍ ଯୋଗେ ତିନିଜଣ ସାଙ୍ଗ ଏକାଠି ଯାଉଥିବା ବେଳେ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ବୋଲେରୋ ଧକ୍କାରେ ତିନି ସାଙ୍ଗ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ । ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଫୋନ୍‌ କରି ଆହତଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଭୁବନ ମେଡିକାଲରେ ଦୁଇ ସାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ଥିବା ଅନ୍ୟ ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇବା ସୂଚନା ଦେଇଛନ୍ତି ଡାକ୍ତର । ଖବର ପାଇ ଭୁବନ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । 

ଇଟିଭି ଭାରତ, ତେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.