ପୁଣି ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି ୨ ବୋଝିଆ ଗୁରୁତର

By

Published : May 27, 2023, 4:22 PM IST

thumbnail

ପୁରୀ: ପୁଣି ଶ୍ରୀମନ୍ଦିରରେ ଅଘଟଣ ।  ମହାପ୍ରସାଦ ନେବା ବେଳେ ଗରମ ଡାଲି ପଡି ୨ ଜଣ ବୋଝିଆ ଗୁରୁତର ହୋଇଛନ୍ତି । ଗୁରୁତର ୨ ବୋଝିଆ ହେଉଛନ୍ତି ତଳଜଙ୍ଗ ଓ ବ୍ରହ୍ମଗିରିର ପପି ପ୍ରଧାନ ଓ ପ୍ରଦୀପ ସାହୁ। ଗରମ ଡାଲି ପଡିଯିବାରୁ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । 

ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହୁଥିଲେ। ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା ।  ଉଭୟ ତଳେ ପଡି ଯାଇଥିବା ବେଳେ ସେମାନଙ୍କ ଶରୀରରେ ଗରମ ଡାଲି ପଡିଯାଇଥିଲା । ହସ୍ପିଟାଲରେ ଉଭୟ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସେପଟେ ଶ୍ରୀମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ବୋଝ ବାହାକ ସଂଘ । 

ତୁରନ୍ତ ବୋଝ ବାହାକ ସଂଘ ପାଇଁ ଇନସ୍ୟୁରାନ୍ସର ବ୍ୟବସ୍ଥା କରାଯାଉ ବୋଲି ବୋଝ ବାହାକ ସଂଘର ସଭାପତି ଦାବି କରିଛନ୍ତି । ସେହିପରି ଗୋଡ଼ ଖସୁଥିବା ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ବୋଝିଆ ସଂଘ ସଭାପତି ରୋହିତ ଦାଶ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.