Student's Parade: ଗାନ୍ଧୀମାର୍ଗରେ ପରେଡ୍‌ ପ୍ରଦର୍ଶନ କଲେ ୨୫ଟି ସ୍କୁଲର ଛାତ୍ରଛାତ୍ରୀ

By

Published : Jan 26, 2023, 9:46 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ଚଳିତ ବର୍ଷ ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି ଭାରତ। ରାଜଧାନୀର ଗାନ୍ଧୀ ମାର୍ଗରେ ବିନା କଟକଣାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏଥିରେ ୨୫ଟି ସ୍କୁଲର ପିଲାମାନେ ଭାଗ ନେଇ ଚିତ୍ତାକର୍ଷକ ପରେଡ୍‌ ପ୍ରଦର୍ଶନ କରିଛନ୍ତି । କୁନି କୁନି ପିଲାମାନେ କଦମରେ କଦମ ମିଶାଇ ପରେଡ୍‌ ପ୍ରଦର୍ଶନ କରିଛନ୍ତି । ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ଗାନ୍ଧୀମାର୍ଗରେ ଆଗେଇ ଚାଲିଛନ୍ତି । କୋଭିଡ ମହାମାରୀ କଟକଣା ହଟିବା ପରେ ଦୀର୍ଘ ୨ ବର୍ଷ ପରେ ଦର୍ଶକଙ୍କ ଉପସ୍ଥିତିରେ ପାଳିତ ହୋଇଛି ଗଣତନ୍ତ୍ର ଦିବସ ।

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ ମୋଟ ୪୯ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ୧୯ଟି ୟୁନିଫର୍ମ କଣ୍ଟିଜେଣ୍ଟ ବା ଦଳ ଅଂଶଗ୍ରହଣ କରିଛନ୍ତି ।  ୧୯ଟି ଦଳ ମଧ୍ୟରେ ରହିବେ ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ଭାଗ ନେଇଛନ୍ତି । ସେହିପରି  ଆନ୍ଧ୍ରପ୍ରଦେଶର ପୋଲିସର ଏକ ଟିମ୍ ମଧ୍ୟ ଯୋଗ ଦେବେ। ଏଥି ସହ ନାଭାଲ ବ୍ୟାଣ୍ଡ ସହ ପୋଲିସ ବ୍ୟାଣ୍ଡ ମଧ୍ୟ ଭାଗ ନେଇ ଦେଶର ଅଖଣ୍ଡତା ପ୍ରତି ପ୍ରତିବଦ୍ଧିତ ଥିବା ପ୍ରମାଣିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.