'ମେରୀ ଜାନ ହିନ୍ଦୁସ୍ତାନ' ଥିମକୁ ନେଇ ପଥପ୍ରାନ୍ତ ନାଟକ, ଲୋୟର ପିଏମ୍‌ଜିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

By

Published : Aug 14, 2023, 7:48 PM IST

Updated : Aug 14, 2023, 9:32 PM IST

thumbnail

ଭୁବନେଶ୍ବର: ରାତି ପାହିଲେ ସାରା ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ ।  ସାରା ଦେଶ ଭବ୍ୟ ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଗାନ୍ଧୀ ମାର୍ଗରେ ଦେଶାତ୍ମବୋଧର ପ୍ରୀତି ବାଣ୍ଟୁଛନ୍ତି ବନ୍ଦେ ମାତରମ ଅନୁଷ୍ଠାନ । ଏହି ଅନୁଷ୍ଠାନ ୨୪ ବର୍ଷ ଧରି ସଚେତନତା ପାଇଁ ପଥପ୍ରାନ୍ତ ନାଟକ କରି ଆସୁଥିବାବେଳେ ଆଜି ମଧ୍ୟ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଲୋୟର ପିଏମଜିଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଛନ୍ତି । 

ଏହା ବି ପଢନ୍ତୁ...National Flag Hoisting Rules: ଜାଣନ୍ତୁ ତ୍ରିରଙ୍ଗାର ମାହାତ୍ମ୍ୟ ଓ ବ୍ୟବହାର ସମ୍ବନ୍ଧୀୟ ନିୟମ

'ତ୍ରିରଙ୍ଗା ପତାକାଟିଏ ଦାନ କରନ୍ତୁ ,ଦେଶ ପ୍ରେମର ନିଦର୍ଶନ ଦିଅନ୍ତୁ' ଏହି ବାର୍ତ୍ତା ନେଇ ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ହୋଇ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଆଉ ପଥରେ ଯାଉଥିବା ଲୋକମାନଙ୍କୁ ଭାରତୀୟ ଭାବେ ନିଜ ଘରେ ପତାକା ଲଗାଇବା ସହ ତ୍ରିରଙ୍ଗା ପତାକା ଦାନ କରିବାକୁ ଆହ୍ୱାନ ଦେଇଥିଲେ । ଏହାସହ 'ମେରୀ ଜାନ୍‌ ହିନ୍ଦୁସ୍ତାନ୍‌' ଥିମ୍କୁ‌ ନେଇ ପଥପ୍ରାନ୍ତ ନାଟକ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନେଇ ସମସ୍ତେ ସବୁଜ, ନାରଙ୍ଗୀ ଓ ଧଳା ରଙ୍ଗରେ ସଜେଇ ହୋଇଥିବାବେଳେ 'ଭାରତ ମାତା କି ଜୟ' ଧ୍ୱନିରେ ପୁରା ପରିବେଶକୁ ପ୍ରକମ୍ପିତ ହୋଇଉଠିଥିଲା । ଏହାକୁ ନେଇ ନାଟକର କଳାକାରଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ଦେବସ୍ମିତା ରାଉତ  । 

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 14, 2023, 9:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.