Republic Day Parade: ଦେଶ ପ୍ରତି ନିଜକୁ ଉତ୍ସର୍ଗୀକୃତ କରି ପରେଡ୍‌ ପ୍ରଦର୍ଶନ କଲେ ସୁରକ୍ଷା ବାହିନୀ

By

Published : Jan 26, 2023, 8:30 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ୭୪ତମ ଗଣତନ୍ତ୍ର ଦିବସ ପାଳନ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହୋଇଛି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନନୀୟ ଅତିଥି ଭାବେ ମଧ୍ୟ ଉପସ୍ଥିତ ରହିଥିଲେ । ପରେଡ କମାଣ୍ଡର ମୁଖ୍ୟ ଅତିଥିଙ୍କ ନିକଟରୁ ଅନୁମତି ଗ୍ରହଣ କରିବା ପରେ ପରେଡ୍‌ ଆରମ୍ଭ କରିଛନ୍ତି । ୭ତମ ବାଟିଲିୟନର ବ୍ୟାଣ୍ଡ ଜାତୀୟ ସଙ୍ଗୀତ ବାଦନ କରି ପରେଡ୍‌ କରିଥିବା ଦେଖିବାକୁ ମିଳିଥିଲା ।  ଏହାପରେ ସୁରକ୍ଷା ବାହିନୀ ରାଷ୍ଟ୍ର ପ୍ରତି ନିଜକୁ ଉତ୍ସର୍ଗୀକୃତ କରି ପରେଡ୍‌ ପରିବେଷଣ କରିଥିଲେ ।  

ଏହାରେ ଦେଶର ଅଖଣ୍ଡତା ଓ ସୁରକ୍ଷା ପ୍ରତି ନିଜ ଅଖଣ୍ଡତାକୁ ପ୍ରତିବଦ୍ଧିତ କରି ଗାନ୍ଧୀମାର୍ଗରେ ପରେଡ୍‌ ପ୍ରଦର୍ଶନ କରିଛନ୍ତି ଓଡ଼ିଶାର ବିଭିନ୍ନ ବିଭାଗର କଣ୍ଟିଜେଣ୍ଟ । ୧୨୦ ଟେରିଟୋରିଆଲ ଆର୍ମି ବାଟାଲିୟନ କଳିଙ୍ଗ ଏନକ୍ଲେଭ, INS ଚିଲିକା, ସେବା ଓ ନିଷ୍ଠାର ମୂଳମନ୍ତ୍ର ରଖି ଦେଶ ପାଇଁ କାର୍ଯ୍ୟ କରୁଥିବା CRPF ପରେଡ୍‌ ପ୍ରଦର୍ଶନ କରିଛନ୍ତି ।  ୧୯ଟି ୟୁନିଫର୍ମ କଣ୍ଟିଜେଣ୍ଟ ବା ଦଳ ଅଂଶଗ୍ରହଣ କରିଛନ୍ତି ।  ୧୯ଟି ଦଳ ମଧ୍ୟରେ ରହିବେ ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ।  ଆନ୍ଧ୍ରପ୍ରଦେଶର ପୋଲିସର ଏକ ଟିମ୍ ମଧ୍ୟ ଯୋଗ ଦେଇଥିବା ସହ ନାଭାଲ ବ୍ୟାଣ୍ଡ ସହ ପୋଲିସ ବ୍ୟାଣ୍ଡ ମଧ୍ୟ ସାମିଲ ହୋଇଥିଲେ  । 

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.