ଗଡଜାତରେ ଚାଲିଛି ଦେବୀ ମା’ ଦୁର୍ଗାଙ୍କ ତାନ୍ତ୍ରିକ ଆରାଧନା, ପ୍ରସ୍ତୁତ ବଳି

By ETV Bharat Odisha Team

Published : Oct 17, 2023, 8:04 PM IST

thumbnail

ସୁବର୍ଣ୍ଣପୁର: ସୋନପୁର ଗଡଜାତରେ ଚାଲିଛି ଦେବୀ ମା‘ ଦୁର୍ଗାଙ୍କ ତାନ୍ତ୍ରିକ ଆରାଧନା ସାଙ୍ଗକୁ ଐତିହାସିକ ବଳିଯାତ୍ରା । ବଳି କହିଲେ ଅନେକ ଶକ୍ତିପୀଠରେ ମହିଷ ଅବା ବିଭିନ୍ନ ପ୍ରକାରର ପକ୍ଷୀଙ୍କ ହତ୍ୟାକୁ ବୁଝାଇଥାଏ । ହେଲେ ସୋନପୁର ବଳିଯାତ୍ରାରେ ବଳି କହିଲେ ତାନ୍ତ୍ରିକକୁ ବୁଝାଏ । ଯେଉଁ ଲୋକଟି ଦେହରେ ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ ତାକୁ ହିଁ ବଳୀ କୁହାଯାଏ । ବଳୀ ସହିତ ଯୋଗତତ୍ତ୍ବର ବିଶେଷ ସଂପର୍କ ଥିବା ଐତିହାସୀକ ଓ ଲୋକ ସଂସ୍କୃତି ଗବେଷକମାନେ ମତ ପ୍ରଦାନ କରିଛନ୍ତି । 

ଐତିହାସିକ ଗୋରେଖ ନାଥ ସାହୁ କହିଛନ୍ତି, ‘‘କାୟ ମନୋବାକ୍ୟରେ ଉପବାସ ରହି ମନକୁ ଦେବୀଙ୍କ ନିକଟରେ ଏକାଗ୍ର କରି ବରୁଆ ଆରାଧନା କରେ । ଏହି ସମୟରେ ବଳି ଦେହରେ ଅଷ୍ଟାଙ୍ଗ ଯୋଗର ଧାରଣା, ଧ୍ୟାନ ଓ ସମାଧୀ ଦେଖିବାକୁ ମିଳେ । ପ୍ରାୟ 28 ମିନିଟ 48 ସେକେଣ୍ଡ ପର୍ଯ୍ୟନ୍ତ ଏକାଗ୍ରତା ଆଣିଲେ ଅଷ୍ଟାଙ୍ଗ ଯୋଗର ସ୍ପନ୍ଦନ, ଘୁର୍ଣ୍ଣି, ନିଦ୍ରା, ଆନନ୍ଦ, ଏକାଗ୍ରତା, ଜାଗୃତି ଓ ମୂର୍ଚ୍ଛା ଆଦି ଲକ୍ଷଣ ବଳୀ ଦେହରେ ଦେଖିବାକୁ ମିଳେ । ବଳୀ ପର୍ବରେ ରାଜପୁରୋହିତ ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ରାଋଢ ବରୁଆ ଦେହରେ ମନ୍ତ୍ରପୂତ କରିଥାନ୍ତି । ମନ୍ତ୍ରପୂତ ବରୁଆ ଶରୀରରେ ଧିରେ ଧୀରେ କଂପନ ସୃଷ୍ଟି ହୁଏ । ବାଦ୍ୟକାରଙ୍କ ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ବଳି ଝୁମି ଉଠେ ଓ ଉଦଣ୍ଡ ନୃତ୍ୟ କରେ । ଯାହା ସୋନପୁର ଗଡଜାତ ଐତିହାସିକ ବଳୀଯାତ୍ରାରେ ଶ୍ରଦ୍ଧାଳୁଙ୍କ ମନରେ ଏକ ନିଆରା ଭାବନା ଓ ଅନୁଭବ ସୃଷ୍ଟି କରିଥାଏ । ତେବେ ଶକ୍ତି ଆରାଧନାରେ ଗଡଜାତ ଇତିହାସରେ ବଳିର ମୁଦ୍ରା ଓ ନୃତ୍ୟ ଦର୍ଶକଙ୍କମନ ମୋହିଥାଏ । ’’

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.