ମା' ମାହେଶ୍ୱରୀଙ୍କ ଅମୃତ ସ୍ନାନ ପର୍ବ ପାଳିତ

By ETV Bharat Odisha Team

Published : Oct 22, 2023, 11:07 PM IST

thumbnail

ସୁବର୍ଣ୍ଣପୁର: ଧରାପୃଷ୍ଟରେ ଅବତରଣ କରିଛନ୍ତି ମା' ଦୁର୍ଗା । ଧୂପଦୀପ ଓ ନୈବେଦ୍ୟର ସୁଗନ୍ଧ ସହ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା । ଏହା ଭିତରେ ସୁବର୍ଣ୍ଣପୁର ଜିଲ୍ଲାର ଦେବୀ ଦୁର୍ଗାଙ୍କ ଏକ ଭିନ୍ନ ରୂପ ମା' ମାହେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା ମଧ୍ୟ ଚାଲିଛି । ଏହି ଅବସରରେ  ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଲେହେଡି ଗ୍ରାମର ଅନନ୍ୟ ଶକ୍ତିପୀଠ ମା' ମାହେଶ୍ବରୀଙ୍କର ଷୋଳପୂଜାର ଆୟୋଜନ କରାଯାଇଛି । ତେବେ ଆଶ୍ବିନ ମାସରେ ମୂଳାଷ୍ଠମୀଠାରୁ ମା'ଙ୍କ ଷୋଡଶ ଉପଚାରରେ ପୁଜା ହୋଇଆସୁଥିବା ବେଳେ ଆଜି ମା'ଙ୍କ ସ୍ନାନ ଯାତ୍ରା ଆୟୋଜିତ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଆଜି ମହାଅଷ୍ଟମୀ, ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛି ମା ସୁରେଶ୍ବରୀ

ପୁଅ ଜୀଉନ୍ତିଆରୁ ଆରମ୍ଭ କରି ଭାଇ ଜୀଉନ୍ତିଆ ପର୍ଯ୍ୟନ୍ତ ମା' ମାହେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା କରାଯାଏ ।  ଶୁକ୍ଳ ଅଷ୍ଟମୀ ତିଥିରେ ଦେବୀଙ୍କ ଛତ୍ର ଓ ଆଲଟ ଏକ ଶୋଭାଯାତ୍ରାରେ ମହାନଦୀକୁ ସ୍ନାନ ଯାତ୍ରାରେ ଯାଇଥାନ୍ତି । ଏହି ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ଲୋକବାଦ୍ୟ, ଲୋକ ସଙ୍ଗୀତ ତଥା ସାମରିକ କଳାରେ ଭରପୁର ବାଡ଼ି ଖେଳ ମଧ୍ୟ ଦେଖିବାକୁ ମିଳିଥାଏ । ଆଜି ମା' ମାହେଶ୍ବରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବାର ପରମ୍ପରା ମଧ୍ୟ ଚାଲିଆସିଛି । ଦେବୀଙ୍କ ସ୍ନାନଯାତ୍ରା ପରେ ଷୋଡଶ ଉପଚାର ପୂଜାବିଧିର ପୂର୍ଣ୍ଣାହୁରି ହେଉଥିବା ବେଳେ ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ଭାଇ ଯିଉନ୍ତିଆ ପର୍ବ ପାଳନ କରିବାର ବିଧି ରହିଛି । ଭଉଣୀମାନେ କାୟ ମନୋବାକ୍ୟରେ ନିର୍ଜଳା ଉପବାସ କରି ଭାଇମାନଙ୍କ ମଙ୍ଗଳ ପାଇଁ ଏହି ଓଷା କରିଥାନ୍ତି ।  

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.