ଦିବ୍ୟାଙ୍ଗ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ଅନ୍ତର୍ନିହିତ କଳା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

By ETV Bharat Odisha Team

Published : Nov 18, 2023, 9:49 PM IST

thumbnail

କେନ୍ଦୁଝର: କେନ୍ଦୁଝର ସହରରେ ସ୍ୱସ୍ତି ଫାଉଣ୍ଡେସନ ପକ୍ଷରୁ ଦିବ୍ୟାଙ୍ଗ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ହେଲେ ମଧ୍ୟ କାହା ଠାରୁ କମ୍ ନୁହନ୍ତି । ସାଧାରଣ ଲୋକଙ୍କ ଠାରୁ ମଧ୍ୟ ଅସାଧାରଣ କାର୍ଯ୍ୟ କରି ଦେଖାଇବା ସାମର୍ଥ୍ୟ ରହିଛି ସେମାନଙ୍କ ପାଖରେ । ଶିଶୁମାନଙ୍କ ସେହି ଅସାଧାରଣ ପ୍ରତିଭାକୁ ଅନ୍ୱେଷଣ କରିବା ପାଇଁ ସ୍ୱସ୍ତି ଫାଉଣ୍ଡେସନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । କେନ୍ଦୁଝରଗଡ ଶିଶୁ ଅଧିକାର ସୁରକ୍ଷା ପରିଷଦ ସହାୟତାରେ ଆଜି ସ୍ଥାନୀୟ ସଂସ୍କୃତ ଭବନ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜିଲ୍ଲାର ବିଭିନ୍ନ ଅନାଥ ଓ ଦିବ୍ୟାଙ୍ଗ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଦୃତ ଅନାଥ ଆଶ୍ରମ, ପ୍ରୟାସ ଦିବ୍ୟାଙ୍ଗ ଅନୁଷ୍ଠାନ, ଏସଆରଏମ, ପ୍ରକଳ୍ପ ଆଦି ଅନୁଷ୍ଠାନର ଅନ୍ତେବାସୀ ମଞ୍ଚ ଉପରେ ନିଜ କଳା ପ୍ରଦର୍ଶନ କରିଥିଲେ । 

ସାଧାରଣ ବର୍ଗର ଶିଶୁମାନଙ୍କ ପ୍ରତିଭା ଖୋଜିବା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ହେଲେ ଦିବ୍ୟାଙ୍ଗ, ଅନାଥ ଆଦି ଶିଶୁମାନଙ୍କ ପାଇଁ ସରକାରୀ କମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉନାହିଁ ।ଏଭଳି ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ନୂତନ ପ୍ରୟାସ ଆରମ୍ଭ କରିଛି ସ୍ୱାସ୍ତି ଫାଉଣ୍ଡେସନ । ଏଭଳି କାର୍ଯ୍ୟକ୍ରମ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟାଜନ କରାଯାଇଥିବା ବେଳେ ଦିବ୍ୟାଙ୍ଗ ଶିଶୁଙ୍କ ମଧ୍ୟରେ ଏହି ଲୁକ୍କାୟିତ କଳା ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଥିଲା । 
ଅଧିକ ପଢନ୍ତୁ ....ଭୈରପୁର ଶ୍ରୀଜଗନ୍ନାଥ ବିଦ୍ୟାପୀଠ ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ

ଇଟିଭି ଭାରତ, କେନ୍ଦୁଝର

 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.