Navratri special: ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା’ କଟକଚଣ୍ଡୀ

By ETV Bharat Odisha Team

Published : Oct 20, 2023, 8:06 PM IST

thumbnail

କଟକ: ମା‘ କଟକ ଚଣ୍ଡୀଙ୍କ ପାଖକୁ ଛୁଟୁଛି ଭକ୍ତଙ୍କ ଭିଡ । ମା’ଙ୍କ ଶରତକାଳୀନ ଷୋଡଶ ଦିନାତ୍ମକ ବେଶ ଦେଖିବା ପାଇଁ ଧାଇଁ ଆସୁଛନ୍ତି ଭକ୍ତ । ପ୍ରତ୍ୟେକ ଦିନ ମା’ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି । ତେବେ ଆଜି ମା‘ କଟକ ଚଣ୍ଡୀ ବଗଲାମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା’ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଛନ୍ତି । କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି । ଧୂପ, ଦୀପ, ଆଳତିରେ ପ୍ରକମ୍ପିତ କଟକର ଅଧିଷ୍ଠାତ୍ରୀ ଦେବୀ ମା‘ କଟକ ଚଣ୍ଡୀ ମନ୍ଦିର । ଏହି ପବିତ୍ର ବେଶ ସମୂହ ମୂଳାଅଷ୍ଟମୀ ଠାରୁ ଆରମ୍ଭ ହୋଇ ମାଆଙ୍କ ବିସର୍ଜନ ପର୍ଯ୍ୟନ୍ତ ଚାଲିଥାଏ । ଶେଷ ଦିନରେ ମାଆ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଷାସୁରକୁ ବଦ୍ଧ କରିଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି ।
 
ଏହା ମଧ୍ୟ ପଢନ୍ତୁ...ଆସୁଛନ୍ତି ଦୁର୍ଗତି ନାଶିନୀ ମା‘ ଦୁର୍ଗା, ଆରମ୍ଭ ହୋଇଯାଇଛି ବିଭିନ୍ନ ମଣ୍ତପମାନଙ୍କରେ ପ୍ରତିଯୋଗିତା

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.