ବାଲିଯାତ୍ରା ପରେ ବି ଜମୁଛି ବେପାର, କମ୍‌ ଦାମରେ ଜିନିଷ କିଣି ଲୋକେ ଖୁସ୍‌

By ETV Bharat Odisha Team

Published : Dec 7, 2023, 9:41 PM IST

thumbnail

କଟକ: ଫସିଗଲେ କି ବୁଲା ବେପାରୀ ! ଦୁଇ ପଇସା ରୋଜଗାର କରିବା ଲକ୍ଷ୍ୟ ନେଇ ଅନେକ ବ୍ୟବସାୟୀ ବାଲିଯାତ୍ରାରେ ସାମିଲ ହୋଇଥାନ୍ତି । ମାତ୍ର ଯେତେବେଳେ ବେପାର ନହେବ ସେମାନଙ୍କ ମୁଣ୍ଡରେ ଚଡକ ପଡିବା ଥୟ । କାରଣ ଏହି ବ୍ୟବସାୟୀ ମାନେ କଟକ, ଭୁବନେଶ୍ବର ବା ଓଡିଶାରୁ ଆସି ନାହାନ୍ତି । ବରଂ ଓଡିଶା ବାହାରୁ ଆସି ଦୀର୍ଘ ୧୦ ଦିନ ବ୍ୟବସାୟ କରିଥାନ୍ତି । ମାତ୍ର ବ୍ୟବସାୟ ନହେବାରୁ ଚିନ୍ତାରେ ପଡି ଯାଇଛନ୍ତି ଓଡିଶା ବାହାରୁ ଆସିଥିବା ଅନେକ ବ୍ୟବସାୟୀ । ଆମେ କହୁଛୁ ବାଲିଯାତ୍ରାରେ ସାମିଲ ହୋଇଥିବା ବୁଲା ବ୍ୟବସାୟୀଙ୍କ କଥା । ସେମାନେ ଯେଉଁ ଲକ୍ଷ୍ୟ ନେଇ କଟକ ବାଲିଯାତ୍ରାରେ ସାମିଲ ହୋଇଥିଲେ ତାହା ପୂରଣ ହୋଇ ପାରିନାହିଁ ।

ଶେଷ ହୋଇଛି ବାଲିଯାତ୍ରା । ଅନେକ ବ୍ୟବସାୟୀଙ୍କ ଭଲ ବେପାର ହୋଇଥିବା ବେଳେ ଅନେକ ଯେକି ହତାଶ ହୋଇଛନ୍ତି । ବୁଲା ଫୁଲ ବ୍ୟବସାୟୀଙ୍କର ମାତ୍ର ଅଢେଇ ହଜାର ଟଙ୍କା ରୋଜଗାର ହୋଇଛି । ଗତକାଲି ବର୍ଷା ଯୋଗୁଁ ବେପାର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ତେବେ ଆଜି ପାଗରେ ପରିବର୍ତ୍ତନ ହେବାରୁ ଦୁଇ ପଇସା ରୋଜଗାର କରିବା ଆରମ୍ଭ କରିଛନ୍ତି । ବ୍ୟବସାୟୀଙ୍କ କହିଛନ୍ତି ଯେ, ’’ଗତବର୍ଷ ବାଲିଯାତ୍ରାରେ ଭଲ ବେପାର ହୋଇଥିଲା । ସେହି ଆଶା ନେଇ ଏଥର ବେପାର କରିବାକୁ ଆସିଥିଲେ । ମାତ୍ର ଏଥର ନିରାଶ ହେବାକୁ ପଡିଛି । ଗ୍ରାହକ ମାନେ ମଧ୍ୟ ମୂଲଚାଲ କରୁଛନ୍ତି ।‘‘

ଏହା ମଧ୍ୟ ପଢ଼ନ୍ତୁ...ବାଲିଯାତ୍ରାରେ ୧୦୦ କୋଟି ବେପାର; ଓରମାସ କରିଛି ୩୭ କୋଟି !

ସବୁ ବର୍ଷ ବାଲିଯାତ୍ରାର ପରେ ପରେ କିଛି ବ୍ୟବସାୟୀ ମାନେ ରହି ବ୍ୟବସାୟ କରିଥାନ୍ତି । ଆଉ ଗ୍ରାହକ ମାନେ ମଧ୍ୟ ଏହାର ସୁଯୋଗ ଛାଡି ନଥାନ୍ତି । କିଛି ଦର୍ଶକଙ୍କ କହିବା ମୁତାବକ ବାଲିଯାତ୍ରାରେ ଭିଡ଼ କାରଣରୁ ଘରକରଣା ସାମଗ୍ରୀ କିଣିବା ସମ୍ଭବ ହୋଇନଥାଏ । କିନ୍ତୁ  ପରେ ଭଲ ଦରରେ ସାମଗ୍ରୀ ମିଳିଥାଏ । ଏହି କାରଣରୁ  ଆଜି ବାଲିଯାତ୍ରା ପଡ଼ିଆରେ ଭିଡ଼ ଦେଖିବାକୁ ମିଳିଛି । ଯାହାକି ବାଲିଯାତ୍ରାର ଭ୍ରମ ମଧ୍ୟ ସୃଷ୍ଟି କରୁଛି । ମନପସନ୍ଦର ସାମଗ୍ରୀ କମ ଦରରେ କିଣି ଦର୍ଶକ ମଧ୍ୟ ଖୁସ ହେଉଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.