ମହାମାୟାଙ୍କ ମହାସପ୍ତମୀ, ଉତ୍ସବମୁଖର ମୟୂରଭଞ୍ଜ

By ETV Bharat Odisha Team

Published : Oct 21, 2023, 6:25 PM IST

thumbnail

ରାଇରଙ୍ଗପୁର: ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା । ଆଜି ହେଉଛି ମହାମାୟୀ ମା' ଦୁର୍ଗାଙ୍କ ମହାସପ୍ତମୀ ।ଜିଲ୍ଲାର ସମସ୍ତ ମଣ୍ଡପ ଗୁଡିକରେ ଜଗତଜନନୀ ମାଆ ଦୁର୍ଗାଙ୍କ ପୂଜା ବିଧି ଆରମ୍ଭ ହୋଇ ଯାଇଛି । ଏହି ଅବସରରେ ରାଇରଙ୍ଗପୁର ସହରରେ ଗତକାଲି ଷଷ୍ଠୀ ପୂଜା ଉପଲକ୍ଷେ ବେଲବରଣୀ କରାଯାଇଥିଲା । ଆଜି ମହାସପ୍ତମୀ ପୂଜା ଅବସରରେ ସକାଳୁ ସକାଳୁ ଘଟ ଧାରୀ ଶ୍ରଦ୍ଧାଳୁମାନେ ନିକଟସ୍ଥ ନଦୀରେ ପୂଜାର୍ଚ୍ଚନା କରି ଘଟ ଉତ୍ତୋଳନ କରିଥିଲେ । ପୂଜା ମଣ୍ଡପରେ ଘଟ ସ୍ଥାପନ ପରେ ମହାସପ୍ତମୀ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ହୋମ, ଯଜ୍ଞ, ନବ ପତ୍ରିକା ପୂଜା ସହିତ ମହାସପ୍ତମୀ ପୂଜା ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ...ମହାମାୟୀଙ୍କ ମହାସପ୍ତମୀ, ଝାରପଡ଼ା ମଣ୍ଡପରେ ଶୋଭାପାଉଛି ୮୫ ଫୁଟର ଗୋଲ୍ଡେନ ପ୍ୟାଲେସ

ତେବେ ଆଜିଠାରୁ ମା'ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ କପ୍ତିପଦା ଉପଖଣ୍ଡ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଢୋଲ, ଶଙ୍ଖ, ଘଣ୍ଟ, ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ମା' ଦୁର୍ଗାଙ୍କ ମଣ୍ଡପ । ମନ୍ତ୍ର ଧ୍ୱନିରେ ଚଉଦିଗ ପ୍ରକମ୍ପିତ ହୋଇ ଉଠୁଛି । ତେବେ ସନ୍ଧ୍ୟା ସମୟରେ ମା'ଙ୍କ ଆଳତୀ ଦର୍ଶନର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଏଥି ସହିତ ଜିଲ୍ଲାର ବିଭିନ୍ନ ମଣ୍ଡପ ଗୁଡିକରେ ରାତ୍ରି କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିବା ଜଣାପଡିଛି  । 

ଇଟିଭି ଭାରତ,ରାଇରଙ୍ଗପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.