ବାହାନଗା ରେଳ ଦୁର୍ଘଟଣା, ମୃତକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

By

Published : Jun 4, 2023, 8:23 PM IST

thumbnail

ରାଉରକେଲା: ଘଟିଗଲା ଦେଶର ସବୁଠାରୁ ବଡ଼ ରେଳ ଦୁର୍ଘଟଣା । ସାରା ଦେଶରେ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା, ଏତେ ବଡ଼ ଭୟଙ୍କର ରେଳ ଦୁର୍ଘଟଣା କିଭଳି ଘଟିଲା । ଦେଶ ନୁହେଁ ବର୍ତ୍ତମାନ ସାରା ବିଶ୍ୱରେ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାର ଦୁଃଖ ଦାୟକ ଖବର ବିଶ୍ୱବାସୀଙ୍କୁ ମର୍ମାହତ କରିଛି । ଶୁକ୍ରବାର ଦିନ ବାଲେଶ୍ଵର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ସମ୍ପୂର୍ଣ୍ଣ ଦେଶକୁ ଦୋହଲାଇ ଦେଇଛି । ଏହାକୁ ନେଇ ରାଉରକେଲା ଅନ୍ତର୍ଗତ ରାଜଗାଙ୍ଗପୁର ସହରର ବାଲୁକା ଶିଳ୍ପୀ ରାଜୁ ସାହୁ ନିଜ ପକ୍ଷରୁ ଏକ ନିଆରା ଢଙ୍ଗରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନିଜର ବାଲୁକା କଳା ସାହାଯ୍ୟରେ ସମସ୍ତ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭବିଷ୍ୟତରେ ଏପରି ଦୁଃଖଦ ଘଟଣାକୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ସେ ରେଳବିଭାଗକୁ ଅନୁରୋଧ କରିଛନ୍ତି । ଏହି ହୃଦୟ ବିଦାରକ ଘଟଣାରେ ପ୍ରାୟ 275 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 1000ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। 

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.