ରୋଡ ରୋଲର ମାଡ଼ି ମହିଳା ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

By ETV Bharat Odisha Team

Published : Dec 23, 2023, 7:53 AM IST

thumbnail

Woman Died In Accident: ବଲାଙ୍ଗୀର: କଣ୍ଟାବାଞ୍ଜିରେ ରୋଡ ରୋଲର ମାଡ଼ି ଯିବାରୁ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା । କ୍ଷତିପୂରଣ ଦାବି ନେଇ ରାସ୍ତା ରୋକ । କଣ୍ଟାବାଞ୍ଜି ସହର ମଧ୍ୟରେ ଏଭଳି ଦୁର୍ଘଟଣା ଘଟିଛି । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଫାଟକ ରାସ୍ତାରେ ଏହି ରୋଲର ମାଡ଼ି ଯିବାରୁ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକଙ୍କ ହେଉଛନ୍ତି କାକରି ଖାଇ ସତନାମି ହୋଇଥିବା ବେଳେ ସେ ସତନାମୀ ପଡାର ବୋଲି ଜଣାପଡିଛି । 

ତେବେ ଗତକାଲି ଅପରାହ୍ନରେ ସେ ରାସ୍ତା କଡ଼ରେ ବସିଥିଲେ । ଏହି ସମୟରେ ଏକ ରୋଡ ରୋଲର ଗଡାଣିଆ ରାସ୍ତାରେ ଆଗକୁ ଯାଇ ନ ପାରି ତଳକୁ ଗଡ଼ି ଆସିଥିବାବେଳେ ଚାଳକ ରୋଲରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ରୋଲରଟି ମହିଳାଙ୍କ ଉପରେ ଚଢ଼ି ଯାଇଥିଲା । ଯାହାଫଳରେ ମହିଳାଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ସେପଟେ ଏହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି 42 ନମ୍ୱର୍ ରାଜ୍ୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....କୋଣାର୍କରେ ଭ୍ୟାନ ଓଲଟି ୧୨ ଆହତ, ୪ ଗୁରୁତର

ସୂଚନା ଅନୁସାରେ କାକରିଖାଇ ଜଣେ ଗରିବ ପରିବା ବିକାଳି ଥିଲେ । ଆଜି କଣ୍ଟାବାଞ୍ଜି ସାପ୍ତାହିକ ବଜାର ଥିବା ବେଳେ ପରିବା ବିକ୍ରି କରି ଘରକୁ ବାହାରି ଥିଲେ । ସେପଟେ ରୋଲର ଚାଳକଙ୍କୁ କିଛି ଲୋକ କାବୁ କରି ଥାନାରେ ଜିମାଦେଇଛନ୍ତି । ଅନ୍ୟପଟେ ପୋଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି ।  

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.