ETV Bharat / state

କୋଣାର୍କରେ ଭ୍ୟାନ ଓଲଟି ୧୨ ଆହତ, ୪ ଗୁରୁତର

author img

By ETV Bharat Odisha Team

Published : Dec 22, 2023, 12:32 PM IST

Konark Road Accident: କୋଣାର୍କ ବୁଲିବାକୁ ଆସିଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଗଛରେ ପିଟି ହୋଇ ଭ୍ୟାନ ଓଲଟି ପଡିବାରୁ ୧୨ ଜଣ ଆହତ । ଅଧିକ ପଢନ୍ତୁ

କୋଣାର୍କରେ ସଡକ ଦୁର୍ଘଟଣା
କୋଣାର୍କରେ ସଡକ ଦୁର୍ଘଟଣା

କୋଣାର୍କରେ ସଡକ ଦୁର୍ଘଟଣା

ପୁରୀ: କୋଣାର୍କ ଜୁଣେଇ ରାସ୍ତାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୋଣାର୍କ ବୁଲିବାକୁ ଆସିଥିବା ବେଳେ ଗୋଟିଏ ଯାତ୍ରାବାହୀ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯିବାରୁ ଏଥିରେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଖୁବ୍ ଗୁରୁତର ରହିଛି । ଆହତମାନେ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର । ସେମାନଙ୍କ ମଧ୍ୟରେ କିଛି ଶିଶୁ ଥିବାର ମଧ୍ୟ ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଗୋପ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ପରେ ଭୁବନେଶ୍ବର ୬ ନମ୍ବରକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ପରେ ଭ୍ୟାନ ଡ୍ରାଇଭର କୁଆଡେ ଫେରାର୍ ହୋଇଯାଇଛି ।

ଯାହା ସୂଚନା ମିଳିଛି, ଆଜି (ଶୁକ୍ରବାର) ଭୋର ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ଭ୍ୟାନରେ ମୋଟ ୧୩ ଜଣ ଯାତ୍ରୀ ବସିଥିଲେ । ଆହତମାନଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିରାହାଟ ଗାଁରେ ହୋଇଥିବା ବେଳେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ସେମାନେ ଗୋଟିଏ ୟୁଙ୍ଗର ଭ୍ୟାନରେ ପୁରୀ ଓ କୋଣାର୍କ ବୁଲିବାକୁ ଆସୁଥିଲେ । କୋଣାର୍କ ନିକଟ ଜୁଣେଇ ବଜାର ନିକଟରେ ଗାଡିଟି ଭାରସାମ୍ୟ ହରାଇ ପ୍ରଥମେ ଏକ ବରଗଛ ପିଟି ହେବା ପରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିଲେ । ତା' ଭିତରୁ ୪ ଜଣ ଗୁରୁତର ଅଛନ୍ତି । ତେବେ ଏହି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଭ୍ୟାନ ଡ୍ରାଇଭର ଫେରାର ହୋଇ ଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦୁଆରଶୁଣୀ ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

ଏହା ମଧ୍ୟ ପଢନ୍ତୁ : ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା, ଅଟୋ-ଟ୍ରକ ଧକ୍କାରେ ଚାଲିଗଲା 5 ଜଣଙ୍କ ଜୀବନ

ଖବର ପାଇ ୧୦୮ ଆମ୍ବୁଲାନ୍ସ ଓ କୋଣାର୍କ ଚମ୍ପାହର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ଗୁରୁତର ମାନଙ୍କୁ ଉଦ୍ଧାର କରି ପ୍ରଥମେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ବର ୬ ନମ୍ବରକୁ ସ୍ଥାନାନ୍ତର କରାଯାଇଛି । କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ପଡିଯିବାରୁ ଏଭଳି ଅଘଟଣ ଘଟିଯାଇଥିବା ନେଇ ଅନୁମାନ କରାଯାଉ ଥିବାବେଳେ ଏନେଇ ଛାନଭିନ ଆରମ୍ଭ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.