ETV Bharat / state

ଦୁଆରଶୁଣୀ ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

author img

By ETV Bharat Odisha Team

Published : Dec 19, 2023, 6:24 AM IST

ଦୁଆରଶୁଣୀ ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ
ଦୁଆରଶୁଣୀ ଘାଟିରେ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

Duarasuni Road accident:ପୁଣି ଦୁଆରଶୁଣୀ ଘାଟିରେ ସଡ଼କ ଦୁର୍ଘଟଣା । ବ୍ରେକ୍‌ ଫେଲ୍‌ ହେବାରୁ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ଦୁଆରଶୁଣୀ ଘାଟିରେ ଘଟିଲା ସଡ଼କ ଦୁର୍ଘଟଣା । ବ୍ରେକ୍‌ ଫେଲ୍‌ ହେବାରୁ ଏକ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ‌ହୋଇଛି । ଏଥିରେ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି । ତେଣୁ ସୁରକ୍ଷା ପାଇଁ ସେଠାରେ ଡ୍ୟୁଟିରେ ଯୋଗ ଦେବା ପାଇଁ ପୋଲିସ କର୍ମଚାରୀମାନେ ଏକ ଭ୍ୟାନ୍‌ ଯୋଗେ କରଞ୍ଜିଆ ସହରରୁ ବାରିପଦା ସହର ଅଭିମୁଖେ ଆସୁଥିଲେ ।

ତେବେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ରାସ୍ତା ଦେଇ ପୋଲିସ ଭ୍ୟାନ୍‌ଟି ଆସୁଥିବା ବେଳେ ଘାଟି ରାସ୍ତାରେ ଭ୍ୟାନର ବ୍ରେକ ଫେଲ୍‌ ହୋଇଯାଇଥିଲା । ଫଳରେ ଗଡାଣିଆ ରାସ୍ତା ଥିବାରୁ ପୋଲିସ ଭ୍ୟାନ୍ ଓ ବିପରୀତ ଦିଗରୁ ଆସୁଥିବା ଗୋଟିଏ କଣ୍ଟେନର ସହିତ ମୁଁହାମୁହିଁ ଧକ୍କା ହୋଇଥିଲା । ଫଳରେ ପୋଲିସ ଭ୍ୟାନରେ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୧୦ ଜଣରୁ ଊର୍ଦ୍ଧ୍ୱ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା । ସମସ୍ତ ଆହତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ମେଡିକାଲକୁ ଅଣା ଯାଇଥିଲା । ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଖବର ମିଳିଛି ।

ଏହା ମଧ୍ୟ ପଢନ୍ତୁ...କ୍ଷୀର ଆଣିବାକୁ ଯାଇଥିଲେ, ଜୀବନ ନେଲା ପଥର ବୋଝେଇ ଟ୍ରକ

ଏହା ମଧ୍ୟ ପଢନ୍ତୁ...ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ପାଞ୍ଚ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋ

ସେପଟେ ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବାରମ୍ବାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଧନ ଜୀବନ ବି ହାନି ହେଉଛି । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରକ ଉକ୍ତ ଘାଟି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ଅଧିକାଂଶ ସମୟ ରାସ୍ତା ଜାମ୍ ସହିତ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ...ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା, ଅଟୋ-ଟ୍ରକ ଧକ୍କାରେ ଚାଲିଗଲା 5 ଜଣଙ୍କ ଜୀବନ

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.