Heavy Rainfall in Maharashtra: ଭିଓ୍ବାନ୍ଦି ସହର ଜଳମଗ୍ନ, ଦେଖନ୍ତୁ ଭିଡିଓ

By

Published : Jun 26, 2023, 4:37 PM IST

thumbnail

ମୁମ୍ବାଇ: ମୌସୁମୀ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଜନଜୀବନ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଜାରି ରହିବା ଫଳରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି । ଭିଓ୍ବାନ୍ଦିରେ ପ୍ରବଳ ବର୍ଷା କାରଣରୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସମଗ୍ର ସହର ବର୍ଷା ଜଳରେ ବୁଡି ରହିଛି । ରାସ୍ତାଘାଟ ପାଣିରେ ବୁଡିରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ସହର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି ।

ଅନ୍ୟପଟେ ଉତ୍ତର ଭାରତରେ ପ୍ରବଳ ବର୍ଷା ପରେ ବନ୍ଯା ସ୍ଥିତି ସୃଷ୍ଟି ହୋଇଛି । ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ଫଳରେ ଚଣ୍ଡିଗଡ-ମନାଲି ଜାତୀୟ ରାଜପଥରେ ଭୂସ୍ଖଳନ ହେବା ପରେ ହଜାର ହଜାର ଗାଡି ମୋଟର ଅଟକି ରହିଛି । ଏବେ ସୁଦ୍ଧା ପ୍ରାୟ 2ଶହ ପର୍ଯ୍ୟଟକ ରାସ୍ତାକଡରେ ଅଟକି ରହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.