ବ୍ରହ୍ମପୁରରେ ପ୍ରତ୍ୟେକ ୱାର୍ଡରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ, ଲୋକଙ୍କ ସମସ୍ୟା ଶୁଣିବେ ମେୟର

By ETV Bharat Odisha Team

Published : Sep 6, 2023, 11:23 AM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରତ୍ୟେକ ୱାର୍ଡ଼ରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ  । ଯାହାକି ପ୍ରତ୍ୟେକ ଦିନ ମହାନଗର ନିଗମର ମେୟର,କମିଶନରଙ୍କ ଠାରୁ ଆରମ୍ଭ କରି ୱାର୍ଡର କର୍ପୋରେଟରଙ୍କ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ହେବ । ଏଥିରେ ବିଭିନ୍ନ ସମସ୍ୟାର ସମାଧାନ କିପରି ହେବ ଏବଂ ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅସୁବିଧା ବିଷୟରେ ସମାଧାନ କରାଯିବାକୁ ସ୍ଥିର କରାଯାଇଛି । ମହାନଗର ନିଗମର ୱାର୍ଡ଼ରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ ପରେ ଚଳିତମାସ ୱାର୍ଡ଼ସଭା ମାଧ୍ୟମରେ ସାଧାରଣ ଜନତାଙ୍କ ଠାରୁ ଅଭିଯୋଗ ଶୁଣାଣି ମାଧ୍ୟମରେ  ଆଲୋଚନା କରାଯାଉଛି । ମୁଖ୍ୟତଃ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଭଳି ସହରର ପ୍ରତ୍ୟେକ ୱାର୍ଡ଼ରେ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଏଥିରେ ସଂପୃକ୍ତ ଓ୍ୱାର୍ଡ଼ବାସୀ ଯୋଗଦେଇ ପାନୀୟ ଜଳ ସମସ୍ୟା, ପେନ୍‌ସନ୍,ଭତ୍ତା ପାଇବାରେ କୌଣସି ବିଳମ୍ବତା ଭଳି ବିଷୟକୁ ନେଇ ଅଭିଯୋଗ କରିପାରିବେ । ସେପଟେ ପ୍ରଥମ ପର୍ଯ୍ୟାୟରେ ସହରର ୧୦ଟି ୱାର୍ଡରେ ୱାର୍ଡ଼ସଭା କରାଯାଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.