କଟକ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ସଂତୃପ୍ତଙ୍କ ନିଜସ୍ବ ମାନିଫେଷ୍ଟୋ ଘୋଷଣା - Cuttack Lok Sabha Constituency

By ETV Bharat Odisha Team

Published : May 11, 2024, 10:16 PM IST

thumbnail
Dr. Santrupt Misra Release Own Manifesto (ETV Bharat Odisha)

Dr. Santrupt Misra Release Own Manifesto: କଟକ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । କଟକ ଲୋକସଭା ଆସନ ପାଇଁ ବିଜେଡି ନୂଆ ଚେହେରା ଭାବେ ଡ଼ଃ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ଦଳ ପକ୍ଷରୁ ମାନିଫେଷ୍ଟୋ ଉନ୍ମୋଚନ କରାଯାଇଥିବା ବେଳେ ଏଥର କଟକ ସାଂସଦ ପ୍ରାର୍ଥୀ ଡ଼ଃ ସଂତୃପ୍ତ ମିଶ୍ର ନିଜସ୍ବ ଏକ ବିଚାରପତ୍ର ପ୍ରକାଶ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ ...  ୨୦୨୪ ନିର୍ବାଚନରେ ବିଜେଡିର ୨୪ 'ନବୀନ ଗ୍ୟାରେଣ୍ଟି' - BJD Election Manifesto

କଟକ ସଂସଦୀୟ କ୍ଷେତ୍ର ପାଇଁ 'ମୋ କଟକ ବିଚାରପତ୍ର'କୁ ଲୋକାର୍ପଣ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ସଂତୃପ୍ତ ମିଶ୍ର । ନିଜର ଜିଲ୍ଲା ପାଇଁ କଣ କଣ ଚିନ୍ତା ଧାରା ରଖିଛନ୍ତି ସେ ନେଇ ଏହି ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ଇସ୍ତାହାରରେ ରଖାଯାଇଛି । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପାୟନ ଆଦି ପ୍ରସଙ୍ଗକୁ ଏଥିରେ ସ୍ଥାନ ଦିଆଯାଇଛି ।ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର ପ୍ରଥମ ସାଂସଦ ଭାବରେ ଏପରି ଇସ୍ତାହାର ଘୋଷଣା କରିଛନ୍ତି ଡ଼ଃ ମିଶ୍ର । ଏ ସମ୍ପର୍କରେ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି କଟକ ଲୋକସଭା ବିଜେଡି ପ୍ରାର୍ଥୀ ଡ଼ଃ ସଂତୃପ୍ତ ମିଶ୍ର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.