ବ୍ରହ୍ମପୁରରେ କଂଗ୍ରେସ ପ୍ରାର୍ଥୀ ଦୀପକ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର, ପରିବର୍ତ୍ତନର ଦେଲେ ବାର୍ତ୍ତା - BERHAMPUR ASSEMBLY CONSTITUENCY

By ETV Bharat Odisha Team

Published : May 11, 2024, 9:41 PM IST

thumbnail
Congress MLA Candidate Campaign (ETV Bharat Odisha)

Congress MLA Candidate Campaign: ବ୍ରହ୍ମପୁର: ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଛି ସମସ୍ତ ରାଜନୈତିକ ଦଳର ସରଗରମ ପ୍ରଚାର । ଏହାରି ମଧ୍ୟରେ କଂଗ୍ରେସ ଦଳର ପ୍ରାର୍ଥୀ ଦୀପକ ପଟ୍ଟନାୟକ ଖୋଲା ଜିପ୍ ରେ ସହରର ବିଭିନ୍ନ ୱାର୍ଡରେ କରିଥିଲେ ମାରାଥନ୍ ପ୍ରଚାର । ଗୋଟିଏ ପଟେ ସ୍ଥାନୀୟ ବ୍ରହ୍ମପୁର ସହରରେ ଲାଗି ରହିଥିବା ବର୍ଷ ବର୍ଷ ର ସମସ୍ୟା ଏବଂ ତାହାର ସମାଧାନ ପାଇଁ ସହରବାସୀଙ୍କୁ ଏଥର ପରିବର୍ତ୍ତନର ବାର୍ତ୍ତା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ । 

ଏହା ମଧ୍ୟ ପଢନ୍ତୁ... ନିର୍ବାଚନର ଶେଷ ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମାରାଥନ ପ୍ରଚାର - Independent Candidate Campaign

କେନ୍ଦ୍ରର ମୋଦି ସରକାର ଏବଂ ରାଜ୍ୟର ପାଞ୍ଚ ପାଞ୍ଚ ଥର ବିଜୟୀ ହୋଇଥିବା ରାଜ୍ୟ ସରକାର ସହରର କେତେ ସମସ୍ୟାର ସମାଧାନ କରିଛନ୍ତି ଏବଂ ମୋଦି ଦେଇଥିବା ବାର୍ତ୍ତା କେତେ କାର୍ଯ୍ୟକାରୀ ହୋଇଛି ଏଭଳି ଅନେକ ବିଷୟକୁ ଉପସ୍ଥାପନ କରି ପ୍ରଚାର କରିଛନ୍ତି ଦୀପକ । ବ୍ରହ୍ମପୁର ସହରର ଜଣେ ଜଣାଶୁଣା ଆଇନଜୀବୀ ଭାବରେ ପରିଚିତ ଦୀପକ ଏଥର ନିର୍ବାଚନ ମଇଦାନରେ ରହିଥିବା ବେଳେ ସମସ୍ୟାର ସମାଧାନ କରିବାକୁ କଂଗ୍ରେସକୁ ଭୋଟ ଦେବା ପାଇଁ ଆହ୍ବାନ କରିଛନ୍ତି । ଏ ନେଇ ନିର୍ବାଚନ ପ୍ରଚାର କରିଥିବା କଂଗ୍ରେସ ଦଳର ପ୍ରାର୍ଥୀ ଦୀପକ ପଟ୍ଟନାୟକଙ୍କ ପ୍ରଚାର କରିବା ସମୟରେ ଆଲୋଚନା କରିଛନ୍ତି ଇଟିଭି ଭାରତର ସମ୍ବାଦଦାତା । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.