ଜେଲରେ ଜୀବନ ହାରିଲେ ବିଚାରଧିନ କଏଦୀ

By ETV Bharat Odisha Team

Published : Dec 6, 2023, 6:20 PM IST

thumbnail

ଯାଜପୁର: ଜେଲରେ ଜୀବନ ହାରିଲେ ବିଚାରଧିନ କଏଦୀ । ଯାଜପୁର ରୋଡ ରଗଡି ସବଜେଲରେ ଘଟିଛି ଏହି ଘଟଣା । ତାଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ କଏଦୀ ଜଣକ ହେଲେ ବଳରାମ ବେହେରା ବୟସ 29 ବୋଲି ଜଣାପଡିଛି । 

ସୂଚନା ମୁତାବକ ଆଜି(ବୁଧବାର) ୧୧.୩୦ ସମୟରେ ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ଏହା ସୁରକ୍ଷାକର୍ମୀ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କଏଦୀ ଜଣକ ଏକ ପୋସ୍କୋ ଆକ୍ଟରେ ୪୯ ଦିନ ହେବ ବିଚାରଧୀନ ଭାବେ ରଗଡି ସବଜେଲରେ ଥିଲେ । ଖବର ପାଇ ଯାଜପୁର ରୋଡ଼ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ  । 


ଏହା ମଧ୍ୟ ପଢନ୍ତୁ....ଫାଷ୍ଟଫୁଡ ମାଲିକଙ୍କୁ ହତ୍ୟା ଘଟଣା, ନାବାଳକ ଅଟକ

ଇଟିଭି ଭାରତ, ଯାଜପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.