ETV Bharat / state

ଫାଷ୍ଟଫୁଡ ମାଲିକଙ୍କୁ ହତ୍ୟା ଘଟଣା, ନାବାଳକ ଅଟକ

author img

By ETV Bharat Odisha Team

Published : Dec 6, 2023, 1:47 PM IST

Updated : Dec 6, 2023, 2:42 PM IST

ନାବାଳକ ଅଟକ
ନାବାଳକ ଅଟକ

ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଫାଷ୍ଟଫୁଡ ମାଲିକଙ୍କୁ ହତ୍ୟା ଘଟଣା । ହତ୍ୟା ସନ୍ଦେହରେ ନାବାଳକ ଅଟକ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ରେଉ ସାହିରେ ଏକ ଭଡ଼ା ଘରରୁ ଫାଷ୍ଟଫୁଡ ମାଲିକଙ୍କ ମୃତଦେହ ମିଳିବା ଘଟଣା । ହତ୍ୟା ସନ୍ଦେହରେ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଜେଜେବି କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି ।

ପୋଲିସର ସୂଚନା ଅନୁଯାୟୀ,'ଅଟକ ରହିଥିବା ନାବାଳକ ଜଣଙ୍କ ହତ୍ୟାର ଶିକାର ହୋଇଥିବା ମାଲିକଙ୍କ ସହିତ ଗତ ଏକ ବର୍ଷ ଧରି ବେଶ ଭଲ ଭାବେ ପରିଚିତ ରହିଥିବା ବେଳେ ତାଙ୍କ ଫାଷ୍ଟଫୁଡ୍ ସେଣ୍ଟରରେ କାର୍ଯ୍ୟ କରି ଆସୁଥିଲା । ନାବାଳକଙ୍କ କହିବା ଅନୁଯାୟୀ, କାମ କଲେ ତାଙ୍କୁ ମାସିକ ୧୫ଶହ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ମାଲିକ ଜଣଙ୍କ । ହେଲେ ଟଙ୍କା ମାଗିଲେ ଟଙ୍କା ଦେବା ବଦଳରେ ତାଙ୍କୁ ଚୋରି ଅଭିଯୋଗରେ ଫସାଇ ଥାନାରେ ପୁରାଇ ଦେବାର ଭୟ ଦେଖାଉଥିଲେ ଫାଷ୍ଟଫୁଡ ମାଲିକ ।'

'ଯେଉଁଥିପାଇଁ କ୍ରୋଧାନ୍ବିତ ହୋଇ ମାଲିକକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ସେ । ମାଲିକକୁ ହତ୍ୟା କରିବା ପାଇଁ ପୂର୍ବରୁ ଘରେ ଏକ ବଡ ପଥର ଲୁଚାଇ ରଖିଥିଲା । ଗତ 29 ତାରିଖ ଦିନ ଭୋର ସମୟରେ ମାଲିକ ଜଗନ୍ନାଥ ନାୟକ ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା କରିବା ସହ ଲୁହା ରଡରେ ମଧ୍ୟ ଆକ୍ରମଣ କରିଥିଲା । ଏହାପରେ ଭଡ଼ା ଘର ବାହାର ପଟେ ରହିଥିବା ଫାଟକରେ ତାଲା ପକାଇ ଫେରାର ହୋଇଯାଇଥିଲା ‌।'

ଏହାମଧ୍ୟ ପଢନ୍ତୁ..ତାଲାବନ୍ଦ ଘରୁ ଫାଷ୍ଟଫୁଡ ମାଲିକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ତେବେ ହତ୍ୟାରେ ବ୍ୟବହୃତ ପଥର ଓ ଲୁହା ରଡ୍‌କୁ ଜବତ କରିଛି ପୋଲିସ । ଆଉମଧ୍ୟ ନାବାଳକ ନିକଟରୁ ଘରର ତାଲା ଚାବି ଜବତ କରାଯାଇଛି । ପୋଲିସ ଘଟଣାର ତନାଘନା କରୁଥିବା ବେଳେ ନାବାଳକକୁ ଜେଜେବି କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି ।

ସୂଚନା ଯୋଗ୍ୟ, ଗତ ରବିବାର ଦିନ‌ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ରେଉ ସାହିରେ ଏକ ତାଲା ବନ୍ଦ ଘର ମଧ୍ୟରୁ ଜଣେ ଫାଷ୍ଟଫୁଡ୍‌ ମାଲିକଙ୍କ ସନ୍ଦେହ ଜନକ ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଜଣକ ଗାଙ୍ଗପୁର ଥାନାର ଖଇରପୁଟି ଗ୍ରାମର ୩୭ ବର୍ଷୀୟ ଜଗନ୍ନାଥ ନାୟକ ହୋଇଥିବା ବେଳେ ସେ ସେଠାରେ ଭଡ଼ା ଘରେ ରହୁଥିଲେ । ତେବେ ପରିବାର ପକ୍ଷରୁ ଏନେଇ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ନାବାଳକ କଥା ଜାଣିବାକୁ ପାଇଥିଲା ପୋଲିସ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Dec 6, 2023, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.