ବାରଙ୍ଗରେ କାର୍ତ୍ତିକେଶ୍ବର ଭସାଣୀ ବେଳେ ଗଣ୍ଡଗୋଳ, ପୋଲିସର ଲାଠିଚାର୍ଜ

By ETV Bharat Odisha Team

Published : Dec 7, 2023, 1:20 PM IST

thumbnail

କଟକ: ବାରଙ୍ଗର କାର୍ତ୍ତିକେଶ୍ବର ଭସାଣୀ ଶୋଭାଯାତ୍ରାରେ ଗଣ୍ଡଗୋଳ । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କଲା ପୋଲିସ । ତେବେ ଗତକାଲି କାର୍ତ୍ତିକେଶ୍ବର ଭସାଣୀ ଯାତ୍ରାରେ ବିଭିନ୍ନ ସାହି ମେଢ଼ ସାମିଲ ହୋଇଥିଲେ । ସେଠାରୁ ଧାଡ଼ି ବାନ୍ଧି ବାରଙ୍ଗ ଥାନା ଆଡକୁ ଆସିଥିଲେ । ସେଠାରେ ପରମ୍ପରା ଅନୁସାରେ ଅଞ୍ଚଳ ଶାନ୍ତି କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସମେତ କର୍ମକର୍ତ୍ତା ସବୁ ପୂଜା ମଣ୍ଡପର ମୁରବୀମାନଙ୍କୁ ଭୋଗ ହାଣ୍ଡି ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଡାକ୍ତଖାନା ଛକରୁ ବୁଲି ସୀତାରାମ ବଜାର ମେଢ଼ଠାରୁ ଭୋଗ ହାଣ୍ଡି ଆଣି ବ୍ଲକ୍ ଛକ ପାଖ କୃତ୍ରିମ ପୋଖରୀକୁ ଆସି ଯଥାକ୍ରମେ ମୂର୍ତ୍ତି ବିସର୍ଜନ କରିଥିଲେ । ତେବେ ମୂର୍ତ୍ତି ବିସର୍ଜନ ସମୟରେ ବିଶୃଙ୍ଖଳା ହେତୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ସେପଟେ ବିସର୍ଜନ ପାଇଁ କମିଶନରେଟ୍‌ ପୋଲିସ ତରଫରୁ ଅପରାଧ ନିୟନ୍ତ୍ରଣ, ଶାନ୍ତି ଓ ଶୃଙ୍ଖଳା ରକ୍ଷାରେ ଏସିପି ଚନ୍ଦନ ଘଡ଼େଇ, ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ତତ୍ୱାବଧାନରେ ୧୦ ପ୍ଲାଟୁନ୍‌ ଫୋର୍ସ ସହିତ ପୋଲିସ ଅଧିକାରୀ ଓ କର୍ମଚାରୀ ମୁତୟନ ଥିଲେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.