Watch: କୁନିପିଲାଙ୍କୁ 'କଏନ ଟ୍ରିକ୍‌' ଶିଖାଇଲେ ମୋଦି, ଭିଡିଓ ଭାଇରାଲ

By ETV Bharat Odisha Team

Published : Nov 16, 2023, 3:52 PM IST

thumbnail

ନୂଆଦିଲ୍ଲୀ: ଭାଇରାଲ ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂଆ ଭିଡିଓ । ଯେଉଁଥିରେ ସେ ୨ଜଣ କୁନି ପିଲାଙ୍କ ସହିତ ଖେଳୁଥିବା ନଜର ଆସିଛନ୍ତି । କୁନି ପିଲାଙ୍କୁ କଏନ ଟ୍ରିକ ଶିଖାଉଛନ୍ତି । ଏହାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ସହିତ କିପରି ମିଶିଯାଇଥାନ୍ତି ତାହାକୁ ବେଶ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ କପାଳରେ ଏକ ମୁଦ୍ରା ଲଗାଇ ଏହାକୁ ପଛପଟ ମୁଣ୍ଡ ବାଡଉଛନ୍ତି । ଫଳରେ ମୁଦ୍ରାଟି ହାତରେ ଖସି ପଡୁଛି । ଦୁଇ କୁନି ପିଲାଙ୍କୁ ମଧ୍ୟ ଏପରି କରିବା ଲାଗି ସେ କହୁଛନ୍ତି । ସେମାନଙ୍କ ମୁଣ୍ଡରେ ମୁ୍ଦ୍ରା ଲଗାଇ ପଛ ପଟ ମୁଣ୍ଡକୁ ବାଡ଼େଇବାକୁ କହୁଛନ୍ତି । ହେଲେ ହାତରେ ମୁଦ୍ରା ପଡୁନଥିବା ବେଳେ ଏହା ଏକ ମ୍ୟାଜିକ୍‌ ବୋଲି କହୁଛନ୍ତି । କିନ୍ତୁ ବାସ୍ତବରେ ଅନ୍ୟ ହାତରେ ମୁଦ୍ରାଟିକୁ ମୋଦି ଲୁଚାଇଛନ୍ତି । ଏଭଳି ଢଙ୍ଗରେ ସେ ପିଲାଙ୍କ ସହିତ ଖେଳୁଥିବା ନଜର ଆସିଛନ୍ତି । ଯାହାକୁ ବିଭିନ୍ନ ମହଲରେ ପସନ୍ଦ କରାଯାଇଛି । ଦେଖନ୍ତୁ ଦୃଶ୍ୟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.