ପ୍ରଥମାଷ୍ଟମୀରେ ମହକିଲା ପିଠାର ବାସ୍ନା, ପ୍ରଦର୍ଶିତ ହେଲା ବିଭିନ୍ନ ଘରୋଇ ପିଠା

By ETV Bharat Odisha Team

Published : Dec 5, 2023, 12:54 PM IST

thumbnail

ବାଲେଶ୍ବର: ଆଜି ପ୍ରଥମାଷ୍ଟମୀ । ପିଠା ଓ ମିଠା ବାସ୍ନାରେ ମହକୁଛି ଗାଁ ଗଣ୍ଡା । ପିଠାର ସ୍ୱାଦ ଆଉ ବାସ୍ନା ସବୁସ୍ତରରେ ପହଞ୍ଚାଇବା ପାଇଁ ବାଲେଶ୍ଵରର ସ୍ନୋ ଫେଷ୍ଟ ଅନୁଷ୍ଠାନ ପକ୍ଷରୁ  ପିଠା ପ୍ରଦର୍ଶନୀ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ 29 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସହରର ଗାନ୍ଧିସ୍ମୃତି ଭବନରେ ଆୟୋଜିତ ଏହି ପିଠା ପ୍ରଦର୍ଶନୀରେ ମେଲିଥିଲା ଅନେକ ପ୍ରକାର ପିଠାର ପସରା।  ଚନ୍ଦ୍ରକାନ୍ତି ପିଠା , ବୋଇତାଳୁ ପିଠା, ଆରିସା, କାକରା, ମୁଗ ପୁର ପିଠା ଆଦି ପ୍ରଦର୍ଶିତ ହୋଇଥିଲା। ଓଡିଶା ମାଟିର ପରିଚିତ ପିଠା  କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନେ ପରିବେଷଣ କରିଥିଲେ। ଓଡିଶାର ପରମ୍ପରା ଏବଂ ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ବାଲେଶ୍ୱରରେ ପ୍ରଥମ ଥର ପାଇଁ ଏପରି ଏକ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ରେ 29 ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇ ସୁନ୍ଦର ଏବଂ ସୁସ୍ୱାଦୁ ପିଠା ପରିବେଷଣ କରିଥିଲେ। ଚନ୍ଦ୍ରକାନ୍ତି ପିଠା, ବୋଇତାଳୁ ପିଠା, ଏଣ୍ଡୁରି, ଆରିସା, କାକରା ମୁଗ ପୁର ପିଠା ଆଦି ପ୍ରଦର୍ଶିତ ହୋଇଥିଲା।  ସୁସ୍ୱାଦୁ ପିଠା ତିଆରି କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉପସ୍ଥିତ ଦର୍ଶକମାନେ ପିଠା ଖାଇବାର ମଜା ନେଇଥିଲେ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.