ସାତକୋଶିଆରେ ଗାଁ ଉଚ୍ଛେଦକୁ ବିରୋଧ, DFO କାର୍ଯ୍ୟାଳୟ ଆଗରେ ଧାରଣା

By ETV Bharat Odisha Team

Published : Oct 28, 2023, 8:36 AM IST

thumbnail

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରୁ ଗାଁ ଉଚ୍ଛେଦ ପ୍ରକ୍ରିୟାକୁ ଲୋକଙ୍କ ବିରୋଧ । ଲୋକେ ଉଠିବାକୁ ଚାହୁଁ ନଥିବା ବେଳେ ମାମଲା ଏବେ କୋର୍ଟରେ ରହିଛି । ପ୍ରଶାସନ ଗାଁରେ କୌଣସି ପଲ୍ଲୀସଭା ନକରି ବେଆନ ଭାବେ ଗାଁ ଉଚ୍ଛେଦ କରୁଥିବା ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସାତକୋଶିଆ କର୍ତ୍ତୃପକ୍ଷ ବିଭିନ୍ନ ଅସାଧୁ ଉପାୟରେ ଗାଁ ଉଚ୍ଛେଦ କରିବାର ପାଇଁ ଯୋଜନା କରୁଛି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସାତକୋଶିଆରୁ ବ୍ୟାଘ୍ର ପ୍ରକଳ୍ପ ନାଁରେ ବେଆଇନ ଭାବେ ଗୋଟିଏ ଗାଁ ଉଚ୍ଛେଦକୁ ବିରୋଧ କରି ଗତକାଲି ଠାରୁ ସାତକୋଶିଆ ଅଞ୍ଚଳବାସୀ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି ।

ସାତକୋଶିଆର ଟିକରପଡା, ପୁରୁଣାକୋଟ ଓ ଜଗନ୍ନାଥପୁର ପଞ୍ଚାୟତର ଶତାଧିକ ଅଧିବାସୀ ବିକ୍ଷୋଭ ଏକ ଶୋଭାଯାତ୍ରା କରି ଡିଏଫଓଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ସାତକୋଶିଆ ଡିଏଫଓଙ୍କ ବିରୁଦ୍ଧରେ ନାରା ବାଜି କରିବା ସହ ଧାରଣାରେ ବସିଥିଲେ । ସରକାର ଗାଁ ଉଚ୍ଛେଦ କରିବା ସମୟରେ କୌଣସି ନିୟମ କାନୁନ ମାନୁନଥିବା ଅଭିଯୋଗ କରିଛନ୍ତି । ଲୋକଙ୍କୁ ଉଚ୍ଛେଦ କରିବା ପାଇଁ ଗାଁରେ କୌଣସି ପଲ୍ଲୀସଭା ହେଉ ନଥିବା ଅଭିଯୋଗ କରିଛନ୍ତି । ଏହା ସହ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ଯାଉନଥିବା କହିଛନ୍ତି । ଏନେଇ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ବାଧ୍ୟ ହୋଇ ଆମରଣ ଅନଶନ କରିଥିବା ସୂଚନା ଦେଇଛନ୍ତି ଆନ୍ଦୋଳନକରୀ  । 

ଏହା ମଧ୍ୟ ପଢନ୍ତୁ...ତାଳଚେର ମେଡ଼ିକାଲ କଲେଜ ଚାଲୁ ପାଇଁ ବିଜେପିର ପ୍ରତିବାଦ

ଇଟିଭି ଭାରତ,ଅନୁଗୋଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.