ତାଳଚେର ମେଡ଼ିକାଲ କଲେଜ ଚାଲୁ ପାଇଁ ବିଜେପିର ପ୍ରତିବାଦ

By ETV Bharat Odisha Team

Published : Oct 14, 2023, 12:25 PM IST

thumbnail

ଅନୁଗୋଳ: ତାଳଚେର ମେଡ଼ିକାଲ କଲେଜ ଚାଲୁ କରିବାକୁ ନେଇ ବିଜେପିର ବିକ୍ଷୋଭ । ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ମେଡ଼ିକାଲ କଲେଜ କେବେ ଚାଲିବ ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେପି ନେତା କାଳନ୍ଦୀ ସାମଲ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ତାଳଚେରରେ ମେଡ଼ିକାଲ କଲେଜ ପାଇଁ ଜମି, ଘର ପାଇଁ ୫୦୦ କୋଟି, ମେଡିକାଲ ପାଇଁ ୫୦୦ କୋଟି ଏବଂ ୫ ବର୍ଷ ପରିଚାଳନା ପାଇଁ ୫୦୦ କୋଟି ସମୁଦାୟ ୧୫୦୦ କୋଟିର ବ୍ୟବସ୍ଥା କରାଯାଇଥିଲା । ତେବେ ଦୀର୍ଘ ୨୦୧୯ରୁ ଚାରି ବର୍ଷ ହେଲା ମେଡିକାଲ ବିଲ୍ଡିଂ ଉଦଘାଟନ ପରେ ମଧ୍ୟ ଆଜି ଯାଏ କାହିଁକି ଚାଲି ପାରିନି ? ଏହାସହ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧ରୁ ମେଡିକାଲ ଚାଲିବ ବୋଲି କହିଥିବା ବେଳେ ଏଯାଏ କାହିଁକି ଚାଲୁ କଲେ ନାହିଁ ବୋଲି ବିଜେପି ନେତା ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ପୁଣି ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମକୁ ନେଇ ଉଠିଲା ପ୍ରଶ୍ନ, ‘ରାଜ୍ୟ ସରକାରଙ୍କ ଘୋଷଣା ଖାଲି ଧୂଆଁବାଣ’

ତେବେ ଏନେଇ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ, ବରିଷ୍ଠ ନେତା ଯଯାତି ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ମୀମାନେ ଯୋଗ ଦେଇଥିଲେ । ତେବେ ଖୁବଶୀଘ୍ର ମେଡିକାଲ କଲେଜ ନଚଳାଇଲେ ପୁଣିଥରେ ଗଣ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେପି

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.