ବସ ଧର୍ମଘଟର ପ୍ରଭାବ, ହନ୍ତସନ୍ତ ହେଲେ ଯାତ୍ରୀ

By ETV Bharat Odisha Team

Published : Oct 20, 2023, 7:31 PM IST

thumbnail

ଅନୁଗୋଳ: ଆଜି ଠାରୁ ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଘରୋଇ ବସ ମାଲିକ ସଂଘ ସାରା ରାଜ୍ୟରେ ବସ ଧର୍ମଘଟ ଡାକରାର ଦେଇଛି । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଯାହାର ପ୍ରଭାବ ଅନୁଗୋଳରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ବସ ଷ୍ଟାଣ୍ଡକୁ କୌଣସି ବସ ଆସିନଥିବା ବେଳେ ଜରୁରୀ କାର୍ଯ୍ୟରେ ଯିବା ପାଇଁ ଆସିଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳ 6ଟାରୁ ଘରୋଇ ବସ୍ ଧର୍ମଘଟ ଆରମ୍ଭ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। 

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛି । ଲକ୍ଷ୍ମୀ ଯୋଜନା ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା ହୋଇଥିଲା । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚାଲିବ ନାହିଁ ବୋଲି ସରକାର ପ୍ରତିଶୃତି ଦେଇଥିଲେ  । କିନ୍ତୁ ଯୋଜନା ଆରମ୍ଭ ଦିନରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚଳାଚଳ କରିଥିଲା । ଯାହା ଫଳରେ ଏବେ ଘରୋଇ ବସ ମାଲିକମାନେ କ୍ଷତି ସହିବେ ବୋଲି ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ଘରୋଇ ବସ ଚଳାଚଳ ବନ୍ଦ, ସରକାରୀ ବସ୍‌ ଟିକେଟ୍‌ ପାଇଁ ଲାଗିଛି ଲମ୍ବା ଲାଇନ

ତେବେ ଧର୍ମଘଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତେବେ ଦଶହରା ପାଇଁ ସରକାରୀ ଛୁଟି ଥିବାବେଳେ ଲୋକେ ଘର ମୁହାଁ ହେଉଛନ୍ତି କିନ୍ତୁ ଏଭଳି ବସ ଧର୍ମଘଟ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମଖିନ ହୋଇଛନ୍ତି । ବାସ ମାଲିକ ସଙ୍ଘର ଅଭିଯୋଗ ହେଲା ଏକା ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ଏଥିସହ ଲକ୍ଷ୍ମୀ ବସ ଭଡା କମ ଥିବାରୁ ଲୋକେ ଘରୋଇ ବସରେ ଯିବାକୁ ନାପସନ୍ଦ କରୁଛନ୍ତି । ତେଣୁ ବସ ମାଲିକ କ୍ଷତି ସହୁଛନ୍ତି । ତେବେ ଶିଳ୍ପ ଜିଲ୍ଲା ଅନୁଗୋଳରେ ଧର୍ମଘଟ ଯୋଗୁଁ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଇଟିଭି ଭାରତ,ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.