ରାଜଧାନୀରେ ଘରୋଇ ବସ ଚଳାଚଳ ବନ୍ଦ, ସରକାରୀ ବସ୍‌ ଟିକେଟ୍‌ ପାଇଁ ଲାଗିଛି ଲମ୍ବା ଲାଇନ

By ETV Bharat Odisha Team

Published : Oct 20, 2023, 12:00 PM IST

Updated : Oct 20, 2023, 12:09 PM IST

thumbnail

ଭୁବନେଶ୍ବର: ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ରାଜ୍ୟରେ ଜାରି ରହିଛି ବସ୍‌ ଧର୍ମଘଟ । ଘରୋଇ ମାଲିକ ସଂଘ ଏହି ନିଷ୍ପତିରେ ଆଜି ବସ୍‌ ଚଳାଚଳ ବନ୍ଦ ରହିଛି । ଫଳରେ ଏହାର ପ୍ରଭାବ ଯାତ୍ରୀଙ୍କ ଉପରେ ପଡ଼ିଛି । ରାଜଧାନୀ ଭୁବନେଶ୍ବରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଯେଉଁଠି ସହ ସହ ବସ ଯାଏଁ ଲୋକଙ୍କ ଭିଡ଼ ଲାଗେ ସେଇଠି ଆଜି ଖାଁ ଖାଁ ଦେଖିବାକୁ ମୁଳୁଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅନେକ ଯାତ୍ରୀ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ଅଟକି ରହିଛନ୍ତି । ଫଳରେ ସରକାରୀ ବସରେ ଯାତାୟତ ପାଇଁ ଟିକେଟ କାଉଣ୍ଟରରେ ଯାତ୍ରୀଙ୍କ ଭିଡ଼ ଜମିଛି । ରାଜ୍ୟ ଭିତରର ହେଉ ଅବା ରାଜ୍ୟର ବାହାରର ଯାତ୍ରୀ ସମସ୍ତେ ଏହି ବନ୍ଦକୁ ନେଇ ପ୍ରଭାବିତ ହୋଇଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ସେପଟେ ଧର୍ମଘଟ ନୁହେଁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଲକ୍ଷ୍ମୀ ବସ୍‌ ସେବା ବନ୍ଦ ହେବନି ଚାଲୁ ରହିବ । ବସ୍‌ ସଂଘକୁ ଅନୁରୋଧ ପାର୍ବଣର ସମୟରେ ଲୋକେ ହଇରାଣ ନହୁଅନ୍ତୁ । ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ କାମ । ଯୋଜନା ମାଧ୍ୟମରେ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଲୋଚନା ମାଧ୍ୟମରେ ସମାଧାନ ର ରାସ୍ତା ବାହାରୁ । ପୂର୍ବରୁ ଏନେଇ ଆଲୋଚନା ହୋଇଥିଲା । ଆସନ୍ତା ୨୬ ରେ ଡାକରା ଦେଇଛୁ ଆଲୋଚନା ପାଇଁ । ଆଲୋଚନା ମାଧ୍ୟମରେ ରାସ୍ତା ନିଶ୍ଚୟ ବାହାରିବ । ଲକ୍ଷ୍ମୀ ଭଳି ଯୋଜନାକୁ ଲୋକେ ସ୍ୱାଗତ କରୁଛନ୍ତି ଏଣୁ ଏହାକୁ ସଂଘ ମାନୁ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2023, 12:09 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.