ଶୌଚ ପାଇଁ ଯାଇଥିଲେ କଚାଡି ମାରିଲା ଦନ୍ତା

By ETV Bharat Odisha Team

Published : Sep 20, 2023, 10:55 PM IST

thumbnail

ଅନୁଗୋଳ: ଜିଲ୍ଲାରେ ହାତୀମାନଙ୍କ ଉପଦ୍ରପ ବଢିବାରେ ଲାଗିଛି । ହାତୀ ଆକ୍ରମଣରେ ପୁଣି ଜଣକ ଜୀବନ ଯାଇଛି । ଆଜି(ବୁଧବାର) ଘର ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ କଟକ,ସମ୍ବଲପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା ବେଳେ ବନ ବିଭାଗର ନିରବତା ପାଇଁ ନେଇ ଲୋକେ ରାସ୍ତା ଅବରୋଧ କରି ମୃତକ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି  ।

ମିଳିଥିବା ସୂଚନା ଅନୁସାରେ ବସଲା ଗାଁର ଭାବ ଜେନା ଘର ପାଖ ଜଙ୍ଗଲ ନିକଟକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା  । ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି। ଅନୁଗୋଳ ବନଖଣ୍ଡରେ ହାତୀ ଉପଦ୍ରବ ଉଗ୍ରରୂପ ନେଉଥିବା ଲୋକେ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଅନୁଗୋଳ ବନାଞ୍ଚଳର ବନ୍ତଳା ଥାନା ଅଧିନସ୍ଥ ଜରାରପୁରରେ ୨ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ବନବିଭାଗ ଅଧିକାରୀ ହରମୋହନ ନାୟକ ଓ ବନପାଳ ହରମୋହନ ପ୍ରଧାନଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଫସଲ ଉଜୁଡି ଯାଉଛି । ଦିନ ରାତି ହାତୀ ଏବେ ଆଉ ଗାଁ ଛାଡି ଯାଉ ନାହାଁନ୍ତି ଫଳରେ ଲୋକେ ଘରୁ ବାହାରି ପାରୁନାହାନ୍ତି । ଗାଁରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ହାତୀମନଙ୍କ ପାଦୃଭାବ କମାଇବା ପାଇଁ ବନ ବିଭାଗ ଏକ ପ୍ରକାର ଫେଲ୍ ମାରିଛି । ଯାହାକୁ ନେଇ ଗାଁ ଗାଁରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି  ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.