ଓଲଟିଲା ଡିଜେଲ ଟ୍ୟାଙ୍କର: ଗରା, ବାଲ୍ଟିରେ ପାଣିରୁ ଛାଣିନେଲେ ଲୋକେ

By

Published : Jul 20, 2023, 9:42 AM IST

thumbnail

ସମ୍ବଲପୁର: ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଲା ତେଲ ଟ୍ୟାଙ୍କର । ଗରା ବାଲ୍ଟି ଧରି ପାଣିରୁ ଡିଜେଲ ଛାଣି ନେଲେ ସ୍ଥାନୀୟ ଲୋକେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଡ଼ଙ୍ଗାଜୋର ନିକଟରେ । ବୁଧବାର ସକାଳେ ସମ୍ବଲପୁର-କଟକ ୫୫ ନମ୍ବର ରାଜପଥର ଡ଼ଙ୍ଗାଜୋର ନିକଟରେ ଏକ ଡିଜେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା । ଫଳରେ ଟ୍ୟାଙ୍କରରୁ ଡିଜେଲ ବାହାରି ନାଳ ପାଣିରେ ପଡି ଯାଇଥିଲା । ଏହାଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଗରା ବାଲ୍ଟି ଧରି ପାଣିରୁ ଡିଜେଲ ଛାଣି ନେବାକୁ ଧାଇଁ ଆସିଥିଲେ । ଡ଼ଙ୍ଗାଜୋରର ଗଙ୍ଗାମାତା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା l ଡିଜେଲ ଟ୍ୟାଙ୍କରଟି ସକାଳେ ପାରାଦ୍ବୀପରୁ ସମ୍ବଲପୁର ଅଭିମୁଖେ ଆସୁଥିବା ବେଳେ ଅନ୍ୟ ଏକ ଗାଡିକୁ ଓଭରଟେକ କରୁଥିବା ବେଳେ ଭରସାମ୍ୟ ହରାଇ ଓଲଟି ଯାଇଥିଲା l ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଟ୍ୟାଙ୍କର ଉଦ୍ଧାର କରିଥିଲା l

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.