ପୁରୀ ଓ ନୟାଗଡରେ ବନ୍ୟା ମୁକାବିଲା, ଭୁବନେଶ୍ବରରୁ ବାହାରିଲା ୬ ଅଗ୍ନିଶମ ଟିମ୍

By

Published : Aug 16, 2022, 12:33 PM IST

Updated : Feb 3, 2023, 8:26 PM IST

thumbnail

ପୁରୀ ଓ ନୟାଗଡରେ ବନ୍ୟା ପରିସ୍ଥିତି ମୁକାବିଲା ପାଇ ବାହାରିଛନ୍ତି ଅଗ୍ନିଶମର ୬ଟି ଟିମ । ପୁରୀ ଅଭିମୁଖେ ୨ଟି ଓ ନୟାଗଡ ଅଭିମୁଖେ ୪ଟି ଟିମ ବାହାରିଛନ୍ତି । ଭୁବନେଶ୍ବର ଫାୟାର ଟ୍ରେନିଂ ସେଣ୍ଟରରୁ ସରଞ୍ଜାମ ଧରି ଟିମ ଗସ୍ତ କରିଛନ୍ତି । ଗଛ କାଟିବା ପାଇଁ ପାଓ୍ବାର କଟର, ପାଣିରେ ରେସ୍କୁ ପାଇଁ ପାଓ୍ବାର‌ ବୋଟ, ଅନ୍ଧାରରେ ଅପରେସନ ପାଇଁ ହାଇମାସ୍କ ଲାଇଟ ଜ୍ୟାକେଟ ଓ ବିଭିନ୍ନ ସରଞ୍ଜାମ ନେଇ ବାହାରିଛନ୍ତି ଟିମ । ବନ୍ୟା ପରିସ୍ଥିତି ଉପୁଜିଥିବା ସ୍ଥାନାରେ ଲୋକଙ୍କୁ ଉଦ୍ଧାର ଓ ରିଲିଫ ପହଞ୍ଚାଇବାରେ ସାହାଯ୍ୟ କରିବେ । ଜିରୋ କାଜୁଆଲ୍ଟିକୁ ଗୁରୁତ୍ବ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ମଧ୍ୟ ୩୦ଟି ଟିମ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.