ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ : ଛାତ୍ରଙ୍କୁ ଟପିଲେ ଛାତ୍ରୀ

By

Published : Jun 8, 2023, 8:33 PM IST

thumbnail

ରାଉରକେଲା:  ପ୍ରକାଶ ପାଇଲା ଯୁକ୍ତଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ। ରାଉରକେଲା ସହରରେ ଏଥର ଭଲ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। କେବେଳ ରାଉରକେଲା ନୁହେଁ ବରଂ ସମ୍ପୂର୍ଣ୍ଣ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଛନ୍ତି ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କର ପାସ୍‌ ହାର ଅଧିକ ରହିଛି ।  ଝିଅମାନଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ହାର ୭୦.୪୩ ପ୍ରତିଶତ । ସେହିପରି ଧନ୍ଦାମୂଳକରେ ପାସ୍‌ହାର ୬୭.୪୮ ପ୍ରତିଶତ ରହିଛି । ଧନ୍ଦାମୂଳକ ବିଷୟରେ ୬୪.୨୩ ପ୍ରତିଶତ ପୁଅ ଓ ୭୧.୧୦ ପ୍ରତିଶତ ଝିଅ ପାସ୍‌ କରିଛନ୍ତି । ଆଜି ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଆଶା ଠାରୁ କମ ପରୀକ୍ଷା ଫଳ ଆସିଥିବା ନେଇ କିଛି ଛାତ୍ରଛାତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। 

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.