ବାରବାଟୀରେ ବିସିଏମ୍‌ ମେମୋରିଆଲ ଟି୨୦ କ୍ରିକେଟ, ନଜର ଆସିବେ ଏହି IPL ଷ୍ଟାର

By ETV Bharat Odisha Team

Published : Sep 8, 2023, 10:00 PM IST

thumbnail

କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ୧୫ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ବାରବାଟୀରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମୁକାବିଲା । ମୋଟ ୮ଟି ଟିମ୍‌ ଏହି ପ୍ରତିଯୋଗିତାରେ ଭାଗନେବାକୁ ଥିବାବେଳେ ୨ଟି ଗ୍ରୁପରେ ୪ଟି ଲେଖାଏଁ ଟିମକୁ ଭାଗ କରଯାଇଛି । ଓଡ଼ିଶାର ଦୁଇଟି ଟିମ୍‌ ଯଥା ଓଡ଼ିଶା ଏ ଏବଂ ଓଡ଼ିଶା ବି ସମେତ ଅନ୍ୟରାଜ୍ୟ ଗୁଡ଼ିକ ଏହି ପ୍ରତିଯୋଗିତାରେ ଭାଗନେବେ । ଆସାମ, ହିମାଚଳ ପ୍ରଦେଶ, କେରଳ, ହାଇଦ୍ରାବାଦ, ଝାରଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟ ଗୁଡ଼ିକ ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ତେବେ ଆଇପିଏଲ ଖେଳାଳି ମଧ୍ୟ ଏହି ମେଗା କ୍ରିକେଟ ପ୍ରତିଯୋଗିତାରେ ଭାଗନେବେ । ରିୟାନ ପରାଗ, ଶାହାବାଜ ନଦୀମ, ବାସିଲ ଥାମ୍ପି , ଅନୁକୁଲ ରଏ, ଶୁଭ୍ରାଂଶୁ ସେନାପତି, ଋଷି ଧାୱନ, ମୟଙ୍କ ଡଗର, ଭିରାଟ ସିଂ, ସୌରଭ ତିୱାରୀଙ୍କ ଭଳି ଅନେକ ଷ୍ଟାର ଖେଳାଳି ଏହି ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନଜର ଆସିବେ । ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ପ୍ରତିଯୋଗିତାର ଚମ୍ପିଆନ ଟିମ୍‌ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ରହିଥିଲାବେଳେ ରନର୍‌ ଅପ୍‌ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ସ୍ଥିର କରିଛି ଓସିଏ । ଓଡିଶା କ୍ରିକେଟ ସଂଘ ଏପରି ଆୟୋଜନ କରିବାର ମୂଳ ଲକ୍ଷ ହେଉଛି ରାଜ୍ୟରେ ନୂଆ ପ୍ରତିଭା ସମ୍ନାକୁ ଆସିବେ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ସେ କହିଛନ୍ତି, "ବିଗତ ଦିନରେ ଅନ୍ୟ ରାଜ୍ୟ ସହ ଅଭ୍ୟାସ ମ୍ୟାଚ ଖେଳିବା ଓଡିଶା କ୍ରିକେଟରଙ୍କୁ କଷ୍ଟସାଧ୍ୟ ହେଉଥିଲା । କିନ୍ତୁ ବର୍ତ୍ତମାନ ତାହା ଅତି ସହଜ ହୋଇଛି । ତେବେ ଅନ୍ୟ ୬ ରାଜ୍ୟର ଏଭଳି ଷ୍ଟାର ଖେଳାଳିମାନଙ୍କ ସହ ଓଡ଼ିଶାର ଯୁବ ଖେଳାଳିମାନେ ମ୍ୟାଚ୍‌ ଖେଳିବା ଅନେକ ଅଭିଜ୍ଞତା ସାଉଁଟିବା ସହ ସମାନ ।" ତେଣୁ ଏଭଳି ଆୟୋଜନ ଓଡିଶା କ୍ରିକେଟରଙ୍କୁ ତୃଣମୂଳସ୍ତରରୁ ବେଶ ମଜଭୁତ କରିବ ବୋଲି କହିଛନ୍ତି ସଞ୍ଜୟ ବେହେରା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.