ମୋଙ୍ଗିଆ ଓଡିଶା ଟିମକୁ ଦେବେ ସଫଳତା: ଓସିଏ ସମ୍ପାଦକ

By

Published : Apr 19, 2023, 5:04 PM IST

thumbnail

କଟକ: ଓଡ଼ିଶାର ନୂଆ କୋଚ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ବିଧିବଦ୍ଧ ଭାବରେ ଓସିଏ ଦ୍ବାରା ମୋଙ୍ଗିଆଙ୍କୁ ନିଯୁକ୍ତି ମିଳିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଆସନ୍ତା ୨୦୨୩ ଓ ୨୪ ସିଜିନ ପାଇଁ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ ଦିନେଶ ।  

ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଦଳର କୋଚ ଭାବେ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ବ ମିଳିବାରୁ ସେ ଅଧାରୁ ଚାଲିଯାଇଥିଲେ । ତେଣୁ ୱାସିମ ଜାଫରଙ୍କ ସହମତିରେ ସିଏସିର ୩ ଜଣିଆ କମିଟି ମୁଖ୍ୟ କୋଚ୍ ଭାବେ ଦିନେଶଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଓଡ଼ିଶାର ୩ ଜଣ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ କୋଚ୍ ଦାୟିତ୍ବ ଗ୍ରହଣ ପାଇଁ କୁହାଯାଇଥିଲେ ହେଁ ସେମାନେ ନିଜର ବ୍ୟକ୍ତିଗତ କାରଣରୁ ଓହରି ଯାଇଥିବା କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେଣୁ ଏକ ବର୍ଷ ପାଇଁ ମୋଙ୍ଗିଆଙ୍କ ସହ ଓସିଏର ଚୁକ୍ତି ହୋଇଥିବା କଥା ପ୍ରକାଶ କରିଛନ୍ତି ସଞ୍ଜୟ । ତେବେ ମୋଙ୍ଗିଆ ଓଡିଶା ପାଇଁ ଆଗାମୀ ଦିନରେ ନିଶ୍ଚୟ ସଫଳତା ହାସଲ କରିବେ ବୋଲି ଓସିଏ ସମ୍ପାଦକ କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.