ଓଡ଼ିଶା ଟ୍ୟାଲେଣ୍ଟ ହଣ୍ଟ: ଯୁବ ସ୍ପିନର ଚୟନ ପ୍ରକ୍ରିୟାରେ ଯୋଗଦେଲେ ଓସିଏ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ

By

Published : Apr 30, 2023, 4:04 PM IST

thumbnail

ଖୋର୍ଦ୍ଧା: ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ନେବା ପରେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ଆଜି ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଟ୍ୟାଲେଣ୍ଟ ହଣ୍ଟ ଚୟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଦିନେଶ । ରାଜ୍ୟର ୮ଟି ଜିଲ୍ଲାରୁ ମୋଟ ୨୧୮ ଜଣ ଯୁବ ପ୍ରତିଭା ଏଠାରେ ନିଜର ବୋଲିଂ ପ୍ରଦର୍ଶନ କରିବେ । ସେମାନଙ୍କ ମଧ୍ୟରୁ ୫ରୁ ୧୦ ଜଣ ଖେଳାଳିଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ବିକାଶ ପ୍ରଧାନ ।

ରାଜ୍ୟର ୫ଟି ଜୋନରେ ଏହିଭଳି ଯୁବ ପ୍ରତିଭା କ୍ରିକେଟ ଖେଳାଳି ଚୟନ ଜାରି ରହିଛି । ଚୟନ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଖେଳାଳି କଟକ ବାରବାଟି ଷ୍ଟାଡିୟମରେ ହେବାକୁ ଥିବା ତାଲିମ ଶିବିରରେ ଯୋଗଦେବେ । ସେଠାରେ ଅର୍ନ୍ତଜାତୀୟ ବାମହାତି ସ୍ପିନର ଭେଙ୍କଟପତି ରାଜୁ ଏହି ଖେଳାଳିମାନଙ୍କୁ ତାଲିମ ପ୍ରଦାନ କରିବେ । ତେବେ ଆଜିର ଏହି ଚୟନ ପ୍ରକ୍ରିୟାରେ ଓସିଏ ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆଙ୍କ ସମେତ କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ, ଶୁଭ୍ରଜିତ୍‌, ଖୋର୍ଦ୍ଧା କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ଚଣ୍ଡି ପ୍ରସାଦ ଆଚାର୍ଯ୍ୟ, କାଜଲ ବଳିୟାରସିଂହ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.